Breaking PLUSଅପରାଧଦୁର୍ଘଟଣାପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ଜାଗର ଭିଡ ଭିତରୁ ଦୁର୍ବୃତ୍ତ ଲୁଟି ନେଲା ସୁନା ଚେନ୍

ପୁରୀ ଲୋକନାଥ ମନ୍ଦିର ଭିଡ ଭିତରେ ଏକ ମହିଳାଙ୍କ ବେକରୁ ଦୁର୍ବୃତ୍ତ ଲୁଟି ନେଲା ସୁନା ଚେନ୍ ।

ପୁରୀ ଲୋକନାଥ ମନ୍ଦିର ଭିଡ ଭିତରେ ଏକ ମହିଳାଙ୍କ ବେକରୁ ଦୁର୍ବୃତ୍ତ ଲୁଟି ନେଲା ସୁନା ଚେନ୍ । ମନ୍ଦିର ଭିତରେ ଲୁଟରର ଶିକାର ହେଲେ ମହିଳା ଭକ୍ତ । ଲୁଟରର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ବ୍ରହ୍ମଗିରି ବ୍ଲକର ସରସ୍ୱତୀ ପଲ୍ଲେଇ । ଆଜି ଜାଗର ଯାତ୍ରା ଅବସରରେ ସରସ୍ଵତୀ ତାଙ୍କ ପରିବାର ଲୋକଙ୍କ ସହ ଲୋକନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ମନ୍ଦିର ଭିଡ ଭିତରେ ତାଙ୍କ ବେକରୁ ୧୪ ଭରିର ସୁନା ଚେନ ଦୁର୍ବୁତ୍ତ ଲୁଟି ନେଇଥିବା ତାଙ୍କ ସ୍ୱାମୀ ବାସେଳୀ ସାହି ଥାନା ପୋଲିସରେ ଅଭିଯୋଗ କରିଛନ୍ତି । ସେହିପରି ବୃଦ୍ଧାଙ୍କ ବେକରୁ ଜଣେ ମହିଳା ଲୁଟେରା ଚେନ ଲୁଟୁ ଥିବା ବେଳେ ବୃଦ୍ଧା ଜଣକ ତାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।

ଏବଂ ସେହିପରି ଆଉ ଏକ ଘଟଣା ଜଗତସିଂହପୁର ଜିଲ୍ଲାର ଅଞ୍ଜନା ପଲ୍ଲାଇ ଆଜି ପୁରୀ ଲୋକନାଥ ମନ୍ଦିରକୁ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସିଥିବା ବେଳେ ମନ୍ଦିର ସମ୍ମୁଖରୁ ଭୋଗ କିଣୁଥିଲେ। ତେବେ ସେହି ସମୟରେ ଜଣେ ମହିଳା ଲୁଟେରା ଅଞ୍ଜନାଙ୍କ ବେକରୁ ଚେନ ଲୁଟି କରିବାକୁ ଉଦ୍ୟମ କରୁଥିବା ବେଳେ ଅଞ୍ଜନା ସମ୍ପୃର୍ଣ୍ଣ ଭାବେ ଲୁଟେରାଙ୍କୁ ଧରି ନେଇଥିଲେ ଏବଂ ପୋଲିସ ହାତରେ ଜିମା ଦେଇଛନ୍ତି। ଘଟଣାକୁ ପୋଲିସ ଗୁରୁତର ସହ ନେଇଥିବା ବେଳେ ଜଣେ ମହିଳା ଲୁଟେରାକୁ ଅଟକ ରଖିଯାଇଥିବା କହିଛନ୍ତି ଅତିରିକ୍ତ ଏସପି ମିହିର କୁମାର ପଣ୍ଡା ।

Show More

Related Articles

Back to top button