Breaking PLUSଦୁର୍ଘଟଣାମୁଖ୍ୟ ଖବର

ଅବହେଳା ଯୋଗୁ ଚାଲିଗଲା ୩ ବର୍ଷ ଶିଶୁକନ୍ୟାର ଜୀବନ

ପରିବାର ଲୋକଙ୍କ ଅବହେଳା ପାଇଁ ଚାଲିଗଲା ୩ ବର୍ଷ ଶିଶୁକନ୍ୟାର ଜୀବନ ।

ପରିବାର ଲୋକଙ୍କ ଅବହେଳା ପାଇଁ ଚାଲିଗଲା ୩ ବର୍ଷ ଶିଶୁକନ୍ୟାର ଜୀବନ । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କୋଳିମାଟି ଗାଁରେ । ସୂଚନା ଅନୁଯାୟୀ, ୮ଦିନ ତଳେ କୋଳିମାଟି ଗାଁର ସ୍ୱର୍ଗତ ରାଧାକାନ୍ତ ପିଙ୍ଗୁଆଙ୍କ ଦୁଇ ଝିଅ ଖେଳୁଥିବା ସମୟରେ ସାନଝିଅ ଦିଆସିଲ୍ ମାରି ଦେବାରୁ କୌଣସି କାରଣ ବସତଃ  ଦେହରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ସେ ପୋଡି ହୋଇ ତା’ର ଗୁରୁତର ଅବସ୍ଥା ହୋଇଥିଲା । ପରବର୍ତ୍ତି ସମୟରେ ତାର ମା’ ଝିଅକୁ ଡାକ୍ତରଖାନାକୁ ନ ନେଇ ଅନ୍ୟମାନଙ୍କ କଥାରେ ପଡି ଝିଅକୁ ଘରେ ରଖି ଦେଶୀ ଚକିତ୍ସା କରାଇଥିଲେ । ହେଲେ ଶେଷରେ ଆଜି ହଠାତ୍ ତାର ଦେହ ଗୁରୁତର ହେବାରୁ ତାକୁ ଡାକ୍ତରଖାନାକୁ ଆଣିଥିଲା ତାର ମା’ । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଚିକିତ୍ସା କରିବାରେ ପରିବାର ଲୋକଙ୍କ ଅବହେଳା ଯୋଗୁ ଏକ ଶିଶୁର ଜୀବନ ଚାଲିଗଲା ।

Show More

Related Articles

Back to top button