Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

‘ଫେସବୁକ’ର ହେବ ପୁନଃ ନାମକରଣ

ଫେସବୁକର ହେବ ପୁନଃ ନାମକରଣ । ନୂଆ ନାଁ ରହିବ ‘ମେଟା’ । ଗୁରୁବାର ‘ଫେସ୍‌ବୁକ୍‌ ଇନ୍‌କର୍ପୋରେଟେଡ୍‌’ର ସହ-ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାର୍କ ଜୁକର୍‌ବର୍ଗ କହିଛନ୍ତି ଯେ, ଏଥର ତାଙ୍କ କମ୍ପାନି ‘ମେଟା ପ୍ଲାଟ୍‌ଫର୍ମସ୍‌ ଇନ୍‌କର୍ପୋରେଟେଡ୍‌’ ବା ସଂକ୍ଷେପରେ ‘ମେଟା’ ଭାବେ ପରିଚୟ ପାଇବ ଫେସବୁକ । ‘ମେଟାଭର୍ସ’ ଭାବେ ସୁପରିଚିତ ‘ଡିଜିଟାଲ୍‌ ଓ୍ଵାର୍ଲଡ୍‌’ ପ୍ରତି ଦୃଷ୍ଟି ଦିଆଯାଇ କମ୍ପାନିର ଏଭଳି ନାମ କରଣ କରାଯାଇଥିବା କଥା ସେ କହିଛନ୍ତି ।


ଫେସବୁକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଥିଲେ ଯେ, ଫେସବୁକର କେବଳ ଏକ ସୋସିଆଲ ମିଡିଆ କମ୍ପାନୀରୁ ଆଗକୁ ବଢି ମେଟାଭର୍ସ କମ୍ପାନୀ ହେବ । ସୂଚନାଯୋଗ୍ୟ, ଦୁର୍ଦ୍ଦଶାଗ୍ରସ୍ତ ଜନତାଙ୍କ ଜୀବନ ଉପରେ ଆଧାରିତ ୧୯୯୨ ମସିହାର ଉପନ୍ୟାସ ‘ସ୍ନୋ କ୍ରାସ୍‌’ରେ ଲେଖକ ନିଲ୍‌ ଷ୍ଟିଫେନ୍‌ସନ୍‌ ‘ମେଟାଭର୍ସ’ ଶବ୍ଦ ବ୍ୟବହାର କରିଥିଲେ । ଏଥିରେ କମ୍ପୁଟର୍‌ ଖେଳ ଭଳି ଗୋଟାଏ ‘ଡିଜିଟାଲ୍‌ ଦୁନିଆ’ରେ ଆଳାପ ଆଲୋଚନା ପାଇଁ ଲୋକେ ‘ଭର୍ଚ୍ୟୁଆଲ୍‌ ରିଅଲିଟି ହେଡ୍‌ସେଟ୍‌’ ପରିଧାନ କରିଛନ୍ତି । ଜୁକର୍‌ବର୍ଗ ମଧ୍ୟ ‘ମେଟାଭର୍ସ’କୁ ‘ଭର୍ଚ୍ୟୁଆଲ୍‌ ସଂସାର’ ଭାବେ ବର୍ଣ୍ଣନା କରିଛନ୍ତି । ଜୁକର୍‌ବର୍ଗ କହିଛନ୍ତି, ଆଜିଠାରୁ ଆମ କମ୍ପାନିର ନାଁ ‘ମେଟା’ ହେବା କଥା ଘୋଷଣା କରି ମୁଁ ଗୌରବାନ୍ଵିତ ମନେକରୁଛି । ଜନତାଙ୍କୁ ଏକତ୍ର କରୁଥିବା ଆମର ‘ଆପ୍‌ସ୍‌’ ଏବଂ ସେମାନଙ୍କର ‘ବ୍ରାଣ୍ଡ୍‌’ ବଦଳିବ ନାହିଁ । ଆମର ‘ମିସନ୍‌’ ବା ଲକ୍ଷ୍ୟ ମଧ୍ୟ ପୂର୍ବପରି ରହିବ ।

Show More

Related Articles

Back to top button