Breaking PLUSମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ବନ୍ଦ ହୋଇପାରେ ଫେସବୁକ୍ ଓ ଇନଷ୍ଟାଗ୍ରାମ : ଚିନ୍ତାରେ ମେଟା

ବନ୍ଦ ହୋଇପାରେ ଫେସବୁକ ଓ ଇନଷ୍ଟାଗ୍ରାମର ସମସ୍ତ ସେବା ଗୁଡିକ

ବନ୍ଦ ହୋଇପାରେ ଫେସବୁକ ଓ ଇନଷ୍ଟାଗ୍ରାମର ସମସ୍ତ ସେବା ଗୁଡିକ । କାହିଁକି ବନ୍ଦ ହେବ ତାର କାରଣ ବି କହିଛି କମ୍ପାନୀ, ଆଗ ଭଳି ଆଉ ଲାଭ ମିଳୁନି । ଏଥି ପାଇଁ କମ୍ପାନୀ ଏଠାରେ ନିଜର  ସେବା ଗୁଡିକ ବନ୍ଦ କରିପାରେ ।  ଫେସ୍‌ବୁକ୍‌ର ମେଟା ପାଇଁ ୟୁରୋପରେ ଚ୍ୟାଲେଞ୍ଜ ବଢ଼ିବାରେ ଲାଗିଛି । ରିପୋର୍ଟ ଅନୁସାରେ କମ୍ପାନୀ କହିଛି ଯେ , ମେଟା ନିଜ ୟୁରୋପୀୟ ୟୁଜର୍ସଙ୍କ ଡାଟା ଆମେରିକା ସ୍ଥିତ ସରର୍ଭରକୁ ଟ୍ରାନ୍ସଫର ଓ ପ୍ରୋସେସିଙ୍ଗ ପାଇଁ ଚାହୁଁଛି । ଯଦି ଏପରି ନ ହୁଏ ତେବେ ୟୁରୋପରେ ଫେସବୁକ୍ ଓ ଇନଷ୍ଟାଗ୍ରାମ ର ଅନେକ ସେବା ବନ୍ଦ ହୋଇଯିବାର ସମ୍ଭାବନା ରହିଛି । । ଏପରିକି ଦୁଇ ସୋସିଆଲ୍ ନେଟଓ୍ୱାର୍କ ମଧ୍ୟ ବନ୍ଦ ହୋଇଯାଇପାରେ । ୟୁରୋପରେ ଏବେ ଡାଟା ଟ୍ରାନ୍ସଫରକୁ ନେଇ ବଡ ନିଷ୍ପତ୍ତି ନିଆଯାଇଛି ,ଯେ ଏବେ ସୁଦ୍ଧା କମ୍ପାନୀକୁ ପ୍ରାଇଭେସି ସିଲ୍ଡ୍ ମଡେଲ୍ ପାଇଁ ଡାଟା ଟ୍ରାନ୍ସଫର ଅପସନ୍ ମିଳୁଥିଲା । କିନ୍ତୁ ଏବେ ଏହି ଆଇନକୁ ରଦ୍ଦ କରି ଦିଆଯାଇଛି । ଯଦି କୌଣସି ନୂଆ ଫ୍ରେମଓ୍ୱାର୍କ ନ ମିଳେ ତେବେ କମ୍ପାନୀ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଭଳି ସେବା ଗୁଡିକୁ ଦେଇପାରିବ ନାହିଁ ।

 

Show More

Related Articles

Back to top button