ସ୍ୱାସ୍ଥ୍ୟ

ଆଖିର ଦୃଷ୍ଟି ଶକ୍ତି ବଢାଇବା ପାଇଁ ଖାଆନ୍ତୁ ଏହି ୬ ଟି ଜିନିଷ

ଆଜିକାଲି ଛୋଟ ଛୋଟ ପିଲା ମାନଙ୍କ ପାଖରେ ଆଖି ଦୃଷ୍ଟି ଶକ୍ତି ଦୁର୍ବଳ ହେବାର ଲକ୍ଷଣ ଦେଖା ଯାଉଛି ,କାରଣ ବଦଳୁଥିବା ଜୀବନ ଚର୍ଯ୍ୟା ସହିତ ଦିନକୁ କିଛି ସମୟ ପାଇଁ ମୋବାଇଲ କିମ୍ବା କମ୍ପ୍ୟୁଟର ଆଗରେ ବାସୁଥିବା ଦେଖା ଯାଇଥାଏ l ଛୋଟ ପିଲାଙ୍କ ସହିତ ବଡ଼ ମଣିଷଙ୍କ ପାଖରେ ମଧ୍ୟ ଏହି ସମସ୍ୟା ଦେଖା ଯାଉଛି

ଗବେଷକ ମାନଙ୍କ ମତରେ ଯଦି ଆମେ ନିଜ ଖାଦ୍ୟ ଓ ପାନୀୟକୁ ଟିକିଏ ଧ୍ୟାନ ଦେବା ତେବେ ଏହି ବଢୁଥିବା ସମସ୍ୟାକୁ ଅଟକା ଯାଇ ପାରିବ l ଆସନ୍ତୁ ଜାଣିବା ସେହି ଖାଦ୍ୟ ପଦାର୍ଥ ଗୁଡିକ କଣ ?

ସବୁଜ ପନିପରିବା -ନିଜ ଖାଦ୍ୟରେ ପ୍ରତେକ ଦିନ ସବୁଜ ପାନିପରିବାକୁ ସାମିଲ କରିବା ଆବଶ୍ୟକ l ଏହି ପାନିପରିବାରେ ଭରପୁର ମାତ୍ରାରେ ଆଇରନ ରହିଥାଏ ,ଯାହା ଆଖି ପାଇଁ ଅତ୍ୟନ୍ତ ଜରୁରୀ ଅଟେ l

ଗାଜର -ଗାଜର ରସ ପିଇବା ସ୍ୱାସ୍ଥ୍ୟ ପକ୍ଷ ଅତ୍ୟନ୍ତ ହିତକର ଅଟେ ,କିନ୍ତୁ ଗାଜର ରସ ଆଖି ପାଇଁ ମଧ୍ୟ ଅତ୍ୟନ୍ତ ଲାଭ ଦାୟକ l ପ୍ରତେକ ଦିନ ଗୋଟିଏ ଗ୍ଲାସ ଗାଜର ରସ ପିଇବା ଦ୍ୱାରା ଆଖି ସୁସ୍ଥ ରହିବ l

ଅଣ୍ଡା – ଅଣ୍ଡାରେ ଅମିନ ଏସିଡ ,ପ୍ରୋଟିନ ,ସଲଫର ,ଲେକ୍ଟିନ ,ଲିୟୁଟିନ ,ଭିଟାମିନ-ବି ୨ ରହିଛି l ଏହି ସମସ୍ତ ପୋଷକତତ୍ୱ ଏକହିପାଇଁ ଆଖି ପାଇଁ ନିହାତି ଆବଶ୍ୟକ l

ଚୁନା ମାଛ- ମାଛରେ ହାଇ ପ୍ରୋଟିନ ଥାଏ ,କିନ୍ତୁ ଚୁନା ମାଛରେ ଏହି ପୋଷାକ ତତ୍ୱ ଅଧିକ ପରିମାଣରେ ରହିଥିବା ହେତୁ ଆଖି ପାଇଁ ଅତ୍ୟନ୍ତ ଲାଭ ଦାୟକ l

ସୋୟାବିନ -ଯଦି ଆପଣ ଆମିଷ ଖାଉ ନାହାନ୍ତି ,ତେବେ ଆପଣ ସୋୟାବିନ ଖାଇ ପାରିବେ ଏହା ଆପଣଙ୍କ ଆଖି ପାଇଁ ଅତ୍ୟନ୍ତ ଲାଭ ଦାୟକ l ଆଲମଣ୍ଡର କ୍ଷୀର -ସପ୍ତାହକୁ ଅତି କମରେ ତିନିଥର ଅଲମଣ୍ଡ କ୍ଷୀର ପିଅନ୍ତୁ l ଏଥିରେ ଭିଟାମିନ-ଇ ରହିଥାଏ ଯାହା ଆଖିର ଯେକୌଣସି ରୋଗ ସହିତ ଲଢ଼ିବା ପାଇଁ ଲାଭ ଦାୟକ ଅଟେ l

Show More

Related Articles

Back to top button