ଜୀବନଚର୍ଯ୍ୟାଦେଶ ବିଦେଶ

ଚାଣକ୍ୟ ନୀତି ଆପଣାନ୍ତୁ , ନିଜର ଆତ୍ମସମ୍ମାନ ପରିଚୟକୁ ଉପରେ ରଖନ୍ତୁ

ଗୋଟିଏ ସୁନ୍ଦର ଜୀବନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ ଗୁଡିଏ ନୀତି ବାକ୍ୟ କହିଛନ୍ତି l ଯଦି ଆପଣ ମଧ୍ୟ ନିଜ ଜୀବନରେ ସୁଖ ଓ ଶାନ୍ତି ଚାହୁଁଛନ୍ତି ତେବେ ଚାଣକ୍ୟଙ୍କର ଏହି ସୁ ବିଚାରକୁ ନିଜ ଜୀବନରେ ନିଶ୍ଚିନ୍ତ ସ୍ଥାନ ଦିଅନ୍ତୁ l ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ଗୁଡିକ କଠୋର ହୋଇଥିଲେ ମଧ୍ୟ ସତ୍ୟ ଅଟେ

ଆମେ ନିଜର ଗତିଶୀଳ ଜୀବନରେ ତାଙ୍କର ନୀତି ଗୁଡିକୁ ଅଣଦେଖା କରି ଦେଇ ଥାଉ କିନ୍ତୁ ତାଙ୍କର ବଚନ ଜୀବନରେ ଅନେକ ସାହାଯ୍ୟ କରିଥାଏ l ଆଜି ଆମେ ଆତ୍ମସମ୍ମାନର ନୀତିର ବ୍ୟକ୍ତି ପାଇଁ କି ଆବଶ୍ୟକତା ରହିଛି ସେ ବିଷୟରେ ଜାଣିବା l

ଆତ୍ମସମ୍ମାନର ପ୍ରଶ୍ନ ଉଠିଲେ କୌଣସି ପରିସ୍ଥିତିରେ ମଧ୍ୟ ବ୍ୟକ୍ତିକୁ ନଇଁବା ଉଚିତ ନୁହେଁ -ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ନୀତିର ଅର୍ଥ ହେଲା ମନୁଷ୍ୟ ସର୍ବଦା ନିଜ ଆତ୍ମସମ୍ମାନକୁ ରକ୍ଷା କରିବା ଆବଶ୍ୟକ l ଏହା ଏକ ଏପରି ଜିନିଷ ଯାହା ଆପଣଙ୍କ ଉପରେ ରକ୍ଷା କରିବାର ଦାଇତ୍ୱ ରହିଥାଏ l ସର୍ବଦା ନିଜର ସ୍ଥାନକୁ ଅନ୍ୟ ମାନଙ୍କ ଆଗରେ ଉର୍ଦ୍ଧରେ ରଖିବା ଉଚିତ l ଯଦି କୌଣସି ବ୍ୟକ୍ତି ଆପଣଙ୍କ ଆତ୍ମସମ୍ମାନକୁ ବାଧା ଦେବାକୁ ଚାହୁଁଛି ତେବେ ତାକୁ ସହଜରେ ନିୟନ୍ତୁ ନାହିଁ l ଯଦି ଆପଣ ମାତ୍ର ଥରଟିଏ ନିଜ ଆତ୍ମସମ୍ମାନକୁ ହାନି ହେବାକୁ ଦେବେ ତେବେ ତାହା ବାରମ୍ବାର ହୋଇ ଚାଲିବ l

ଆତ୍ମସମ୍ମାନ ଗୋଟିଏ ଏପରି ଜିନିଷ ଯାହାର ରକ୍ଷା କରିବା ନିଜ ହାତରେ ରହିଥାଏ l ଏହା ପ୍ରତ୍ୱେକଟି ମଣିଷର ଜୀବନରେ ଗୋଟି ବଡ଼ ଭୂମିକା ଗ୍ରହଣ କରିଥାଏ l ଏହା କେବଳ ଆପଣଙ୍କୁ ଆନ୍ତରିକ ଶକ୍ତି ଦେଇ ନଥାଏ ବରଂ ଲୋକ ମାନଙ୍କ ଆଗରେ ଆପଣଙ୍କ ପ୍ରତି ସମ୍ମାନ ଭାବନା ଜାଗ୍ରତ କରାଏ l ବେଳେବେଳେ ଜୀବନରେ ଏପରି ଲୋକ ମାନଙ୍କ ସହିତ ସାକ୍ଷାତ ହୋଇଥାଏ ଯେଉଁ ମାନେ ଅଜାଣତରେ ହେଉ କିମ୍ବା ଜାଣିଶୁଣି ହେଉ ଆତ୍ମସମ୍ମାନକୁ ହାନି କରିବାକୁ ଚାହିଁ ଥାନ୍ତି l

ଅଧିକାଂଶ ଲୋକ ଆପଣଙ୍କର ଚୁପ ରହିବାକୁ ଆପଣଙ୍କର ଦୁର୍ବଳତା ବୋଲି ବୁଝି ନିଅନ୍ତି ଓ ଯାହା ଦ୍ୱାରା ଆପଣ ଉପହାସର ପାତ୍ର ହୋଇ ଯାନ୍ତି l ଏହା ଗୋଟିଏ ଏପରି ଜିନିଷ ଯାହା ବିନା ମନୁଷ୍ୟର ଜୀବନ ବ୍ୟର୍ଥ ଅଟେ l ତେଣୁକରି ଯେତେବେଳେ ଆପଣଙ୍କ ଆତ୍ମସମ୍ମାନ ହାନି ହେଉଛି ସେହି ସମୟରେ ତୁରନ୍ତ ପାଟି ଖୋଲନ୍ତୁ l ଚାଣକ୍ୟଙ୍କ ନୀତିରେ ଯେଉଁ ବ୍ୟକ୍ତି ସବୁବେଳେ ଚୁପ ରହିଥାଏ ସେ ଅନ୍ୟ ମାନଙ୍କ ଠାରୁ ବୁଦ୍ଧିମାନ ଅଟେ ଓ ଜୀବନର ମର୍ମକୁ ବୁଝିପାରେ l

Show More

Related Articles

Back to top button