Breaking PLUSଦେଶମୁଖ୍ୟ ଖବର

ପେଟ୍ରୋଲ ଓ ଡିଜେଲ୍ ଉପରୁ ହ୍ରାସ ହେଲା ଏକ୍ସସାଇଜ୍ ଡ୍ୟୁଟି

ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ଉପରୁ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି । ଫଳରେ ଆଜିଠାରୁ ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୧୦ ଟଙ୍କା ହ୍ରାସ ପାଇଛି । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ବଡ ଘୋଷଣା କରିଛନ୍ତି । କେବଳ ଉତ୍ତର ପ୍ରଦେଶ ନୁହେଁ, ଗୋଆ, ବିହାର, ଗୁଜୁରାଟ, ଆଶାମ, ତ୍ରିପୁରା, ମଣିପୁର ଓ କର୍ଣ୍ଣାଟକ ସରକାର ମଧ୍ୟ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଉତ୍ତର ପ୍ରଦେଶ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ଯଥାକ୍ରମେ ୭ ଓ ୨ ଟଙ୍କା ଭାଟ୍ ହ୍ରାସ କରିବା ନେଇ ଘୋଷଣା କରିଛନ୍ତି । ଅର୍ଥାତ କେନ୍ଦ୍ର ସରକାର ଦାମ୍ କମାଇଲା ପରେ ୟୁପିରେ ମଧ୍ୟ ଭାଟ୍ ହ୍ରାସ ପାଇଛି । ଅର୍ଥାତ ୧୨ ଟଙ୍କା ଶସ୍ତା ହୋଇଛି ପେଟ୍ରୋଲ ଓ ଡିଜେଲ୍ ।

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ସବୁଠୁ ଅଧିକ ଉତ୍ପାଦ ଶୁଳ୍କ ଆଦାୟ କରୁଥିଲେ । ଗତ ବର୍ଷ ପେଟ୍ରୋଲ ଲିଟର ଉପରେ ଉତ୍ପାଦ ଶୁଳ୍କ ୧୯.୯୮ ଟଙ୍କାରୁ ବଢାଯାଇ ୩୨.୯ ଟଙ୍କା କରାଯାଇଥିଲା । ସେହି ପରି ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇ ୩୧.୮୦ ଟଙ୍କା ଆଦାୟ କରାଯାଉଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ସହ ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚିଥିଲା । ଏହା ପରେ ବି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିନଥିଲେ । ଏହି କାରଣରୁ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଟପିଥିଲା । ଅନେକ ସହରରେ ଡିଜେଲ୍ ଶତକ ଛୁଇଁଥିଲା ।

Show More

Related Articles

Back to top button