ଓଡ଼ିଶା

ସୁସ୍ମିତାଙ୍କ ଜନ୍ମଦିନ ଅବସରରେ ଭିନ୍ନ ଢଙ୍ଗରେ ଅଭିନନ୍ଦନ ଜଣାଇଲେ ପୂର୍ବତନ ପ୍ରେମିକ

ଆଜି ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ । ଏହି ଅବସରରେ ତାଙ୍କର ପୂର୍ବତନ ପ୍ରେମିକ ରୋହମାନ ଶାଲ ଅଭିନେତ୍ରୀଙ୍କୁ ଭିନ୍ନ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି।

ପ୍ରାୟ ଦୁଇ ବର୍ଷ ଧରି ସୁସ୍ମିତା ଏବଂ ରୋହମାନ ଶାଲ୍ ପରସ୍ପରକୁ ଡେଟ୍ କରିଥିଲେ। ଉଭୟଙ୍କ ସମ୍ପର୍କ ବହୁତ ଭଲ ଥିଲା, କିନ୍ତୁ ଗତ ବର୍ଷ ଦୁହେଁ ଅଲଗା ହୋଇଗଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେମାନଙ୍କ ସମ୍ପର୍କର ସମାପ୍ତି ବିଷୟରେ ଅଭିନେତ୍ରୀ କହିଥିଲେ।

ଏଥି ସହିତ, ବର୍ତ୍ତମାନ ରୋହମାନ ସୁସ୍ମିତାଙ୍କୁ ୪୭ ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ରୋହମାନ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସୁସ୍ମିତାଙ୍କ ଏକ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ରେଡ୍ ହାର୍ଟ ସହିତ ୪୭ ଲେଖିଛନ୍ତି। ଏଥିରେ ସୁସ୍ମିତା ବହୁତ ସୁନ୍ଦର ଦେଖାଯାଉଛନ୍ତି।

 

Show More

Related Articles

Back to top button