ଓଡ଼ିଶା

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ,୬.୯ ତୀବ୍ରତା ରେକର୍ଡ

ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ରିକ୍ଟର ସ୍କେଲରେ ୬.୯ ତୀବ୍ରତା ରେକର୍ଡ । ବେଙ୍କୁଲୁ ୨୧୨ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲାବେଳେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଥିଲା । ଏନେଇ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରୁ ସୂଚନା ମିଳିଛି ।

ଇଣ୍ଡିଆନ ଓସେନ ସୁନାମୀ ୱାର୍ଣ୍ଣିଂ ଏଣ୍ଡ ମିଟିଗେସନ ସିଷ୍ଟମର ରିପୋର୍ଟ ଅନୁସାରେ, ଏହି ଭୂକମ୍ପରେ ସୁନାମୀ ଆସିବାର ସମ୍ଭାବନା କମ୍ । ତେବେ ସ୍ଥିତି ଉପରେ ନଜର ରଖାଯାଇଛି ଓ ଆବଶ୍ୟକ ପଡ଼ିଲେ ନୂଆ ବୁଲେଟିନ ଜାରି କରାଯିବ । ଇଣ୍ଡୋନେସିଆ ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ ଫାୟାର ନାମକ ଭୂକମ୍ପ ପ୍ରବଣ ଜୋନରେ ରହୁଥିବାରୁ ଏଠାରେ ପ୍ରାୟତଃ ଭୂମିକମ୍ପ ଆସିଥାଏ ।

Show More

Related Articles

Back to top button