Breaking PLUSଓଡ଼ିଶାମୁଖ୍ୟ ଖବର

ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ହାତୀ ଉପଦ୍ରବ, ନଷ୍ଟ ହେଲା ଏକର ଏକର ପାଚିଲା ଧାନ କ୍ଷେତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅନ୍ତର୍ଗତ ସିନ୍ଦୁରପୁର ପଂଚାୟତର ଝରାପଡାରେ ପୁଣି ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ସୂଚନା ଅନୁସାରେ, ଗୋଟେ ହାତୀ ଗତକାଲି ରାତିରେ ଚାଷ ଜମିରେ ପସି ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅନ୍ତର୍ଗତ ସିନ୍ଦୁରପୁର ପଂଚାୟତର ଝରାପଡାରେ ପୁଣି ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ସୂଚନା ଅନୁସାରେ, ଗୋଟେ ହାତୀ ଗତକାଲି ରାତିରେ ଚାଷ ଜମିରେ ପସି ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଗତ କିଛିଦିନ ହେବ ବାରମ୍ବାର ହାତୀ ମହାନଦୀ ପାର ହୋଇ ଧାନ, ପନିପରିବା ଆଦି ଫସଲ ଖାଇବା ସହ ସ୍ଥାନୀୟ ଲୋକଙ୍କ ଘର ଭାଙ୍ଗି ଦେଉଛନ୍ତି । ଏବେ ଧାନ ଅମଳ ଚାଲିଥିବା ବେଳେ ହାତୀ ପଲ ଚାଷୀ ମାନଙ୍କ ଚିନ୍ତା ବଢ଼ାଉଛି । ମହାନଦୀ କୂଳରେ ଥିବା ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବାରମ୍ବାର ହାତୀ ଆସୁଛନ୍ତି ହେଲେ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଏହି ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

Show More

Related Articles

Back to top button