Breaking PLUSଓଡ଼ିଶାମୁଖ୍ୟ ଖବର

ବରଗଡ ହସ୍ପିଟାଲରେ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତିଲେ ରୋଗୀ

ବରଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲ ଉପର ମହଲା ପେଡେଟିକ ୱାର୍ଡରେ ଲାଗିଲା ନିଆଁ ଲାଗି ମେଡ଼ିସିନ, ସାଲାଇନ, ବେଡ଼ ଏବଂ ହସ୍ପିଟାଲରେ ବ୍ୟବହାର ହେଉଥିବା ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ହସ୍ପିଟାଲ କର୍ମଚାରୀ ମାନେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ବରଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲ ଉପର ମହଲା ପେଡେଟିକ ୱାର୍ଡରେ ଲାଗିଲା ନିଆଁ ଲାଗି ମେଡ଼ିସିନ, ସାଲାଇନ, ବେଡ଼ ଏବଂ ହସ୍ପିଟାଲରେ ବ୍ୟବହାର ହେଉଥିବା ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ହସ୍ପିଟାଲ କର୍ମଚାରୀ ମାନେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଲାଗିପଡିଥଲେ । ନିଆଁର ମାତ୍ରା ଏତେ ଭୟଙ୍କର ଥିଲା ଯେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗକୁ ପ୍ରାୟ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଥିଲା । କେଉଁ କାରଣରୁ ନିଆଁ ଲାଗିଥିଲା କାରଣ ଜଣାପଡି ନଥିବା ବେଳେ ଲକ୍ଷାଧିକ ଟଙ୍କାର ମେଡ଼ିସିନ , ସଲାଇନ ପୋଡି ନଷ୍ଟ ହୋଇଯାଇଛି । ସହର ମଧ୍ୟରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଖେଦାପାଳିକୁ ସ୍ଥାନାନ୍ତର ହେବା ପରେ ଏହାକୁ ଅର୍ବ ।ନ ସିଏଚସି ଭାବେ ଘୋଷଣା କରାଯାଇଥିଲା । ଫଳରେ ଏହି ହସ୍ପିଟାଲ ଏପର୍ଯ୍ୟନ୍ତ ଠିକ ଭାବରେ କାର୍ଯ୍ୟକାରୀ ହୋଇପାରିନାହିଁ । ଉପର ମହଲାରେ ଥିବା ପେଡେଟିକ ୱାର୍ଡ ବନ୍ଦ ଥିବା ବେଳେ ତଳ ମହଲାରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ପେଡେଟିକ ୱାର୍ଡରେ ମେଡ଼ିସିନ, ଶିଳାଇନ ହସ୍ପିଟାଲରେ ବ୍ୟବହାର ହେଉଥିବା ସାମଗ୍ରୀ ରଖା ଯାଉଥିବା ବେଳେ ଏସବୁ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଛି । ଠିକ ସମୟରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରି ନଥିଲେ ହୁଏ ତ ଗୋଟିଏ ବଡ଼ ଅଘଟଣ ଘଟିଥାନ୍ତା ଓ ଜନ ଜୀବନ ନଷ୍ଟ ହେବାର ମଧ୍ୟ ଆଶଙ୍କା ରହିଥାନ୍ତା ।

Show More

Related Articles

Back to top button