ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

ଦେବଗଡ଼ : ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଖିଲବେରେଣି ଗାଁରେ ଥିବା ଏକ କମଳା ବଗିଚାରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି।

ଆଜି ସକାଳେ ମାଈ ହାତୀ ମୃତଦେହ କମଳା ବଗିଚାରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଖିଲବେରେଣି ଅଞ୍ଚଳରେ ୧୦ଟିକିଆ ହାତୀ ଚଳପ୍ରଚଳ କରୁଥିଲେ। ଏହି ହାତୀପଲ କମଳା ବଗିଚାକୁ ଆସି କମଳା ଗଛ ଗୁଡ଼ିକ ଭାଙ୍ଗିବା ସହ ସେଠାରେ ଥିବା ବିଭିନ୍ନ ଗଛପତ୍ର ଖାଇଥାନ୍ତି। ଏଥିପାଇଁ ଏହି ହାତୀପଲ ଉପରେ ବନ ବିଭାଗ ନଜର ରଖିଥିଲା। ଗତକାଲି ରାତିରେ ହାତୀ ପଲରୁ ଏକ ହାତୀ  କମଳା ବଗିଚାକୁ ପଶି ଆସିଥିବା ବେଳେ  ବରୱେଲରେ  ଲାଗିଥିବା ଏଲଟି ଲାଇନ ସଂସ୍ପର୍ଶରେ ଆସିଯାଇଥିବା ସନ୍ଦେହ କରାଯାଉଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Show More

Related Articles

Back to top button