Breaking PLUSଦେଶମୁଖ୍ୟ ଖବର

କୋଇଲା ଅଭାବରୁ ଦିଲ୍ଲୀରେ ସୃଷ୍ଟି ହେଉଛି ବିଦ୍ୟୁତ୍ ସମସ୍ୟା

କୋଇଲା ଅଭାବରୁ ଦିଲ୍ଲୀ ସମେତ ୧୨ଟି ରାଜ୍ୟ ବିଦ୍ୟୁତ ସଙ୍କଟର ସାମ୍ନା କରିବାକୁ ପଡ଼ିଛି।

ଗୋଟିଏପଟେ ପ୍ରବଳ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁ ଥିବାବେଳେ ଅନ୍ୟପଟେ ବିଦ୍ୟୁତ୍‌ ସଙ୍କଟ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି । ଦିଲ୍ଲୀ ସମେତ ଦେଶରେ ଅନେକ ରାଜ୍ୟରେ ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି ହୋଇଛି। କୋଇଲା ଅଭାବରୁ ଦିଲ୍ଲୀ ସମେତ ୧୨ଟି ରାଜ୍ୟ ବିଦ୍ୟୁତ ସଙ୍କଟର ସାମ୍ନା କରିବାକୁ ପଡ଼ିଛି। ଏସବୁ ଭିତରେ ଦିଲ୍ଲୀ ସରକାର ଚେତାବନୀ ଦେଇ କହିଛନ୍ତି, ରାଜଧାନୀରେ ବିଦ୍ୟୁତ୍‌ ଯୋଗାଣ କରୁଥିବା ପାୱାର ପ୍ଲାଣ୍ଟ ଗୁଡ଼ିକରେ କୋଇଲାର ଅଭାବ ଦେଖା ଦେଇଛି। ତେଣୁ ଏଭଳି ସ୍ଥିତିରେ ମେଟ୍ରୋ ଟ୍ରେନ୍‌, ହସ୍ପିଟାଲ୍‌ ସମେତ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଗୁଡ଼ିକରେ ବିଦ୍ୟୁତ୍‌ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇପାରେ। ଦିଲ୍ଲୀରେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜରୁରୀକାଳୀନ ବୈଠକ ଡକାଇଛନ୍ତି। ଏହାସହ ପର୍ଯ୍ୟାପ୍ତ ପରିମାଣର କୋଇଲା ଯୋଗାଇବା ଲାଗି କେନ୍ଦ୍ର ସରକାରଙ୍କୁ ସେ ଚିଠି ଲେଖି ଜଣାଇଛନ୍ତି। ଫଳରେ ପାୱାର ପ୍ଲାଣ୍ଟ୍‌ରେ କୋଇଲା ଉପଲ୍ଲବ୍ଧ ହେବା ଓ ବିଦ୍ୟୁତ୍‌ ସପ୍ଲାଏ ହୋଇପାରିବ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ କୋଇଲା ଅଭାବ ଯୋଗୁ ଦେଶରେ ୧୩ଟି ରାଜ୍ୟ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛନ୍ତି। ଉତ୍ତରପ୍ରଦେଶ,ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ବିଦ୍ୟୁତ ସଙ୍କଟ ଏବେ ଚିନ୍ତାର ବିଷୟ ପାଲଟିଛି । ଗତ ସପ୍ତାହରେ ଦେଶରେ ୬୨୩ ମିଲିୟନ ୟୁନିଟ୍ ବିଦ୍ୟୁତ୍ ଅଭାବ ଦେଖା ଦେଇଥିଲା। ତେବେ ଗୁରୁବାର ଦିନ ଦେଶରେ ବିଦ୍ୟୁତ୍ ଚାହିଦା 201 GWରେ ପହଞ୍ଚିଛି। ଏହି ସମୟରେ ସମଗ୍ର ଦେଶରେ 8.2 GW ର ଅଭାବ ଦେଖା ଦେଇଥିଲା। କୁହାଯାଉଛି ଯେ, ଆଗାମୀ ଦିନରେ ଦେଶରେ ବିଦ୍ୟୁତ୍‌ ସଙ୍କଟ ଉତ୍କଟ ରୂପ ନେଇପାରେ।

Show More

Related Articles

Back to top button