Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ରାଜ୍ୟର ନିର୍ବାଚନ ପ୍ରସ୍ତୁତି ନେଇ ନିର୍ବାଚନ କମିଶନ ଟିମ୍‌ଙ୍କ ସମୀକ୍ଷା

ଭୁବନେଶ୍ବର: ରାଜ୍ୟର ନିର୍ବାଚନ ପ୍ରସ୍ତୁତି ନେଇ ନିର୍ବାଚନ କମିଶନ ଟିମ୍‌ଙ୍କ ସମୀକ୍ଷା । ଖାରବେଳ ଭବନରେ ନିର୍ବାଚନ କମିଶନ ଟିମ୍‌ଙ୍କ ବୈଠକ ବସିଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହ ସବୁ ଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି । ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଛି । ସେହିପରି ଭୋଟର ତାଲିକା ସଂଶୋଧନ ପାଇଁ ପ୍ରକ୍ରିୟାକୁ ନେଇ ଆଲୋଚନା ହୋଇଛି ।

ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଚର୍ଚ୍ଚା ଚାଲିଛି। ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରି ଦେଇଥିବାବେଳେ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ ସଂକ୍ରାନ୍ତରେ ଜିଲାପାଳଙ୍କ ସହିତ କଥାବର୍ତ୍ତା କରିବା ପାଇଁ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏବଂ ତାଙ୍କ ଅଧିକାରୀମାନେ ଓଡ଼ିଶା ଆସିଛନ୍ତି। ଆଜି ଖାରବେଳ ଭବନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏବଂ ସମସ୍ତ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି । ୟ

ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ଏଭଳି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଦେଶରେ ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଓଡ଼ିଶାରେ ମଧ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟଗୁଡିକର ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ତାଙ୍କ ଦଳ ପ୍ରତି ରାଜ୍ୟକୁ ଗସ୍ତ କରି ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରୁଛନ୍ତି।

Show More

Related Articles

Back to top button