ଓଡ଼ିଶାମୁଖ୍ୟ ଖବର

ସୃଷ୍ଟି ହେଲା ଲଘୁଚାପ, 24 ଘଣ୍ଟା ଛେଚିବ

ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ । ଲଘୁଚାପର ରୂପ ନେଲା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଚି । ଲଘୁଚାପ ପ୍ରଭାବରେ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଛି ।

ପାଣିପାଗ ବିଭାଗର ସୂଚନା ମୁତାବକ କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ, ବୌଦ୍ଧ, ସୋନପୁର, କନ୍ଧମାଳ, ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ଏହିସବୁ ଅଞ୍ଚଳରେ କୃତ୍ରିମ ବନ୍ୟା ସହ ତଳୁଆ ଅଞ୍ଚଳରେ ପାଣି ଜମିବ, ଭୂସ୍ଖଳନ, ମାଟି ରାସ୍ତା ଓ ଘର ଭୁଶୁଡିବା ଏବଂ ନଦୀର ଜଳସ୍ତର ବୃଦ୍ଧି ଆଦି ସମସ୍ୟା ଉପୁଜିପାରେ । 14 ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଅତିପ୍ରବଳ ବର୍ଷା ହେବ । 15ରୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Show More

Related Articles

Back to top button