Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସ୍ୱଦେଶ ଫେରିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ

ନୂଆଦିଲ୍ଲୀ- ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁଙ୍କୁ ଖୁବ୍‌ ଅପମାନିତ ହୋଇଛନ୍ତି। ବିମାନ ଖରାପ ଯୋଗୁଁ ଅଧିକ ଦୁଇଦିନ ଭାରତରେ ରହଣି ପରେ ମଙ୍ଗଳବାର ଅପରାହ୍ଣରେ ସେ ସ୍ବଦେଶରୁ ଆସିଥିବା ସ୍ବତନ୍ତ୍ର ବିମାନ ଯୋଗେ ବିଦାୟ ନେଇଛନ୍ତି। ତାଙ୍କ ସହ ଆସିଥିବା ୧୬ ବର୍ଷୀୟ ପୁଅ ଜାଭିଏର୍‌ ମଧ୍ୟ ଫେରିଥିଲେ। ସେ ନିଜ ଦଳ ସହ ହୋଟେଲ ‘ଲଳିତ’ରେ ୩୦ଟି କୋଠରିରେ ଅବସ୍ଥାନ କରୁଥିଲେ। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ତାଙ୍କୁ ବିମାନବନ୍ଦରରେ ବିଦାୟ ଜଣାଇଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। କେବଳ ସେତିକି ନୁହେଁ; ନିଜ ଦେଶରେ ମଧ୍ୟ ଟ୍ରୁଡୁ ସଂକଟର ସମ୍ମୁଖୀନ ହୋଇଛନ୍ତି।

ସୂଚନା ଅନୁଯାୟୀ, ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ଏୟାର ଇଣ୍ଡିଆ ୱାନରେ ଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ମନା କରିଦେଇଥିଲେ। ଅନ୍ୟପକ୍ଷରେ କାନାଡ଼ାର ବିରୋଧୀ ଦଳ ସହ ପ୍ରମୁଖ ଗଣମାଧ୍ୟମ ଟ୍ରୁଡୋଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଜି-୨୦ ବୈଠକ ଅବସରରେ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଖଲିସ୍ତାନ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁନଥିବାରୁ ମୋଦୀ ଟ୍ରୁଡୋଙ୍କୁ ତାଗିଦ କରିଥିଲେ। ଦେଶରେ ସ୍ବାଧୀନ ମତପ୍ରକାଶ ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ ଅନୁମତି ରହିଥିବା ଟ୍ରୁଡୁ କହିବା ପରେ ମୋଦୀ ବିରକ୍ତି ପ୍ରକାଶ କରିଥିଲେ।

Show More

Related Articles

Back to top button