Breaking PLUSଓଡ଼ିଶାମୁଖ୍ୟ ଖବର

ବାଲେଶ୍ୱରରେ ଅଭାବନୀୟ ଘଟଣା, ବିଷ ପିଇ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଫୁଲବଣି ଗ୍ରାମରେ ଆଜି ଏକ ଅଘଟଣ ଘଟିଯାଇଛି । ପୋଖରୀ ହୁଡ଼ାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଫୁଲବଣି ଗ୍ରାମରେ ଆଜି ଏକ ଅଘଟଣ ଘଟିଯାଇଛି । ପୋଖରୀ ହୁଡ଼ାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୃତୁ୍ୟର ସଠିକ କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ପ୍ରକୃତ କାରଣ ସମ୍ପର୍କରେ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ ।

Show More

Related Articles

Back to top button