Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ପ୍ରଥମ ଥର ପାଇଁ ୫୦ହଜାର ଟପିଲା ସେନସେକ୍ସ

ସର୍ବୋଚ୍ଚ ସ୍ତରରେ ସେୟାର ବଜାର । ଗୁରୁବାର ପ୍ରଥମ ଥର ପାଇଁ ସେନସେକ୍ସ ୫୦ହଜାର ଟପିଥିବା ବେଳେ ନିଫ୍ଟି ୧୪ହଜାର ପାର କରିଛି । ଯାହାକି ସେୟାର ବଜାରରେ ଇତିହାସ । ସେନସେକ୍ସରେ ପ୍ରଥମ ଥର ପାଇଁ ବମ୍ୱେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ୫୦,୧୨୬.୭୩ରେ ପହଞ୍ଚିବାରେ ସଫଳ ହୋଇଥିବା ବେଳେ ନିଫ୍ଟି -୫୦ ମଧ୍ୟ ୧୪,୭୦୦ ଅତିକ୍ରମ କରିଛି

ସର୍ବୋଚ୍ଚ ସ୍ତରରେ ସେୟାର ବଜାର । ଗୁରୁବାର ପ୍ରଥମ ଥର ପାଇଁ ସେନସେକ୍ସ ୫୦ହଜାର ଟପିଥିବା ବେଳେ ନିଫ୍ଟି ୧୪ହଜାର ପାର କରିଛି । ଯାହାକି ସେୟାର ବଜାରରେ ଇତିହାସ । ସେନସେକ୍ସରେ ପ୍ରଥମ ଥର ପାଇଁ ବମ୍ୱେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ୫୦,୧୨୬.୭୩ରେ ପହଞ୍ଚିବାରେ ସଫଳ ହୋଇଥିବା ବେଳେ ନିଫ୍ଟି -୫୦ ମଧ୍ୟ ୧୪,୭୦୦ ଅତିକ୍ରମ କରିଛି । ବିଗତ ୧୦ ମାସରେ ସେନସେକ୍ସ ଦ୍ୱିଗୁଣିତ ହୋଇଥିବା ସୂଚନା ରହିଛି ।ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଜୋ ବାଇଡେନ ଶପଥ ଗ୍ରହଣ କରିବା ପରେ ଘରୋଇ ଷ୍ଟକ୍ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

୩୦ଟି ବଡ଼ ବଡ଼ କମ୍ପାନୀକୁ ନେଇ ପ୍ରସ୍ତୁତ କରାଯାଉଥିବା ପ୍ରମୁଖ ଇଣ୍ଡେକ୍ସ ସେନ୍‌ସେକ୍ସ ଆଜି ରେକର୍ଡ ସ୍ତର ପାର କରିଛି । ପ୍ରି- ଟ୍ରେଡିଙ୍ଗ୍ ସମୟରେ ଏହା ଉତ୍ସାହଜନକ ଭାବେ ବୃଦ୍ଧି ପାଇ ୫୦ ହଜାର ୨ ପଏଣ୍ଟରେ ଖୋଲିବାକୁ ସମର୍ଥ ହୋଇଛି । ସେନ୍‌ସେକ୍ସ ୬ ବର୍ଷ ୮ ମାସ ୫ ଦିନରେ ୨୫ ହଜାରରୁ ୫୦ ହଜାରରେ ପହଞ୍ଚିଛି । ଏହାଛଡ଼ା ନାଶନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ନିଫ୍ଟି ମଧ୍ୟ ୧୪ ହଜାର ୭ ଶହ ପଏଣ୍ଟରେ ଖୋଲିଛି ।

Show More

Related Articles

Back to top button