ଜୀବନଚର୍ଯ୍ୟା

ନିଜ ଚାକିରୀ ଠାରୁ ଅଧିକ ରୋଜଗାର କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହିସବୁ ଜିନିଷ

ନିଶ୍ଚୟ ମିଳିବ ଫାଇଦା

ଆଜିକାଲି ଖର୍ଚ ବିଭିନ୍ନ ପ୍ରକାରର ରହିଛି ,କିନ୍ତୁ ତା ସହିତ ରୋଜଗାର ଗୋଟିଏ ଚାକିରୀକୁ ନେଇ ଅଧିକ ହୋଇ ପାରୁନାହିଁ l ଆପଣ ନିଜ ଚାକିରୀରେ ରହିଥିବା ସମୟରେ ଅଧିକ ପଇସା ମଧ୍ୟ ରୋଜଗାର କରି ପାରିବେ l ଅଠାରେ ଆମେ କିଛି ବିକଳ୍ପ ଦେଇଛୁ ଯାହା ଦ୍ୱାରା ଜଣେ ବ୍ୟକ୍ତି ନିଜର ବ୍ୟାଙ୍କ୍ ବାଲାନ୍ସକୁ ବଢ଼ାଇ ପାରିବ l ଭାରତର ସେୟାର ବଜାର ସଫଳତା ଓ ଆଶା ଉଦିପକ ଅଟେ l ଏହି ପରେ ସ୍ଥଳେ ଅନେକ ଉଦାହରଣ ରହିଛି ଯେଉଁଠାରେ ଲୋକମାନେ କେବଳ ବିବେକ ପୂର୍ଣ୍ଣ ନିବେଶ ଓ ସ୍ମାର୍ଟ ମନି ବିକଳ୍ପ ଦ୍ୱାରା ଅନେକ ପଇସା ରୋଜଗାର କରିଛନ୍ତି l

ସେୟାର ବଜାରରେ ଲମ୍ବା ଅବଧିରେ ଲଗାତାର ରିଟର୍ନ ମିଳିଥାଏ ଓ ଏହାକୁ ଅନେକ ଲୋକ ପଇସା ରୋଜଗାର କରିବାର ସୁରକ୍ଷିତ ବିକଳ୍ପ ବୋଲି ଭାବି ଥାନ୍ତି l ସାମାନ୍ୟ ଟିକିଏ ବୁଦ୍ଧିରେ ଆପଣ ଅଧିକ ଧନ ରାଶି ରୋଜଗାର କରି ପାରିବେ l

ସ୍ୱତନ୍ତ୍ର -କିଛି ଅତିରିକ୍ତ ପଇସା ରୋଜଗାର କରିବା ପାଇଁ ସବୁଠାରୁ ଲୋକ ପ୍ରିୟ ବିକଳ୍ପ ମାନଙ୍କ ମଧ୍ୟରୁ ଗୋଟିଏ ହେଲା ଫ୍ରିଲାନ୍ସର ହେବା ପୂର୍ବରୁ ତୁଳନାନରେ ସହଜ ଅଟେ l ଅଧିକାଂଶ ୱେବ ସାଇଡ ଓ ଆପ ଫ୍ରିଲାନ୍ସର ମାନଙ୍କୁ ନିଜର ଗ୍ରାହକ ମାନଙ୍କ ସହିତ ମିଶାଇବା ଓ ସେମାନଙ୍କ ସହିତ କାମ କରିବାର ଅନୁମତି ଦେଇ ଥାନ୍ତି l ବ୍ୟକ୍ତି ନିଜର କୌଶଳର ଉପଯୋଗ କରି ସହଜରେ କିଛି ରୋଜଗାର କରିଥାଏ l ଯେତେବେଳେ ଆପଣ ଗ୍ରାହକଙ୍କ ପାଇଁ ଉଚିତ ମାତ୍ରାରେ ଅନୁଭବ ପ୍ରାପ୍ତ କରି ନିଅନ୍ତି ,ସେତେବେଳେ ଆପଣ ନିଜର ରୋଜଗାର ବଢାଇବା ପାଇଁ ଆସ ରଖି ପାରନ୍ତି l

ଇ-କମର୍ସ -ଭାରତରେ ଗତ ୧୫ ବର୍ଷରେ ଇ-କମର୍ସ ବୁମ ହୋଇଛି l ଏହା ଦ୍ୱାରା ଛୋଟ ଛୋଟ ବିକ୍ରେତା ମାନଙ୍କୁ ତୃତୀୟ ପକ୍ଷର ୱେବ ସାଇଡ ଜରିଆରେ ରୋଜଗାର କରିବାର ସାହାଯ୍ୟ ମିଳିଛି l ଯଦି କୌଣସି ବ୍ୟକ୍ତି ବ୍ୟବସାୟ ପାଇଁ ଇଛା ରଖିଛି ତେବେ ସେ ଏହି ବ୍ୟବସାୟରେ ସାମିଲ ହୋଇ ପାରିବ l ଏମିତିରେ ଦେଖିବାକୁ ଗଲେ ଜିନିଷ ଠିକ ଜାଗାରେ ରହିଥାଏ ଏବଂ ଠିକ ସମୟରେ ରୋଜଗାରର ପଥ ମିଳିଯାଇଥାଏ ତେବେ ଭଲରେ ଲାଭ ହୋଇଥାଏ l

ବ୍ଳଗିଙ୍ଗ-ବ୍ଳଗିଙ୍ଗ ଗୋଟିଏ ସବୁ ସମୟର ରୋଜଗାରର ପନ୍ଥା ଅଟେ l ଇଣ୍ଟରନେଟରେ ନିଜର ବିଚାର ଧାରା ରଖି ଓ ସେଥିରୁ ପଇସା ରୋଜଗାର କରିବାର ଭଲ ଉପାୟ ଠାରୁ ଆଉ କିଛି ନାହିଁ l ବ୍ଳଗିଙ୍ଗ କୁ କୌଣସି ଆପ ରେ ସେଟ କରିବାର ଆବଶ୍ୟକତା ନାହିଁ ,ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟ ନାହିଁ l ଏହି ଯୁଗରେ ଅଧିକାଂଶ ଭାରତୀୟଙ୍କ ପାଇଁ ଡାଟା ଉପଲବ୍ଧ ହେବ ସହିତ , ଏହା ସେହି ଟ୍ରେଡ଼ ମାନଙ୍କ ମଧ୍ୟରୁ ଗୋଟିଏ ,ଯାହା ଉପରେ ଆପଣ ଦୃଷ୍ଟି ରଖି ପାରିବେ l

ଆଜିକାଲି ଯୁଗରେ ବୟସରେ ,ପ୍ରତିଭା ଓ ସମୟ ସୁବିଧାର କୌଣସି କମି ନାହିଁ l ଯଦି କାହାକୁ ପାଇବାକୁ ଚାହୁଁଛନ୍ତି ତ ତାହା ସହିତ ଯୋଗାଯୋଗ ରଖିବା ବଶ୍ୟକ l ଯଦି ଆପଣ ଗୋଟିଏ ଦ୍ରୁତ ଗତିରେ ରୋଜଗାର କରିବା ପାଇଁ ଚାହୁଁଛନ୍ତି ତ କେବଳ ସୁଯୋଗର ଅପେକ୍ଷା ରହିଛି l ଉପରୋକ୍ତ ବିକଳ୍ପ ମାନଙ୍କ ମଧ୍ୟରୁ ଗୋଟିଏ ବାଛି ନିଜକୁ ସ୍ୱତନ୍ତ୍ର କରାନ୍ତୁ l

Show More

Related Articles

Back to top button