Breaking PLUSଓଡ଼ିଶାମୁଖ୍ୟ ଖବର

ନିର୍ବାହୀ ଯନ୍ତ୍ରୀ ଅପହରଣ ମାମଲାର ପର୍ଦ୍ଦାଫାସ, ଦୁଇ ଭାଇଙ୍କ ସମେତ ଆଠ ଗିରଫ

ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଅପହରଣ କରି କେସିଙ୍ଗା ଠାରେ ଛାଡ଼ି ଦେବା ମାମଲାର ଖୁଲାସା ହୋଇଛି । ଶନିବାର ସନ୍ଧ୍ୟା ଜିଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ.ପି ରାହୁଲ ପିଆର ଏହି ସଂକ୍ରାନ୍ତରେ ସୂଚନା ଦେଇ ଆଠଜଣଙ୍କୁ ଗିରଫ କରାଯିବା ସହ ଭିନ୍ନ ଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ବୋଲି କହିଛନ୍ତି

ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଅପହରଣ କରି କେସିଙ୍ଗା ଠାରେ ଛାଡ଼ି ଦେବା ମାମଲାର ଖୁଲାସା ହୋଇଛି । ଶନିବାର ସନ୍ଧ୍ୟା ଜିଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ.ପି ରାହୁଲ ପିଆର ଏହି ସଂକ୍ରାନ୍ତରେ ସୂଚନା ଦେଇ ଆଠଜଣଙ୍କୁ ଗିରଫ କରାଯିବା ସହ ଭିନ୍ନ ଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ବୋଲି କହିଛନ୍ତି । ଦୁଇ ଜଣ ଅଭିଯୁକ୍ତ ଭାଇଙ୍କ ବାପା ବିରୋଧରେ ନିର୍ବାହୀ ଯନ୍ତ୍ରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିବାରୁ ପ୍ରତିଶୋଧ ନେବା ପାଇଁ ଏହି କାଣ୍ଡ ଭିଆଁଇଥିଲେ । ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମହଙ୍ଗା ପଡିଥିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ । ଗତ ୬ ତାରିଖ ବିଳମ୍ବିତ ରାତିରେ ଘରେ ଶୋଇବା ସମୟରେ ସାତ ଜଣ ବ୍ୟକ୍ତି ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଭୁଜାଲି ଏବଂ ବନ୍ଧୁକ ଦେଖାଇ ଅପହରଣ କରି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନିକଟରେ ଛାଡି ପଳାଇଥିଲେ । ଏହି ଅପହରଣ ମାମଲାରେ ଆଠ ଜଣଙ୍କୁ ଗିରଫ କରିଛି ପୋଲିସ । ଅପହର୍ତାମାନଙ୍କୁ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରୁ ପୋଲିସ ଗିରଫ କରିଥିବାର ସୂଚନା ମିଳିଛି । ଏହି ଅପହରଣ ପଛରେ ନିର୍ବାହୀଯନ୍ତ୍ରୀଙ୍କ ଅଫିସର କର୍ମଚାରୀଙ୍କ ସମ୍ପର୍କୀୟ ହାତ ଥିବା କହିଛନ୍ତି ଝାରସୁଗୁଡ଼ା ଏସପି ରାହୁଲ ପିଆର । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଖଣ୍ଡା, ଭୁଜାଲି, ନଅଟି ମୋବାଇଲ ଓ ବୋଲେରୋ ସହ ଗୋଟିଏ ସୁନାଚେନ ଜବତ କରାଯାଇଛି । ଗିରଫ ହୋଇଥିବା ସମସ୍ତ ଆଠ ଜଣଙ୍କ କୋଭିଡ ପରୀକ୍ଷା କରି କୋର୍ଟ ଚାଲାଣ କରିଛି ପୋଲିସ ।

Show More

Related Articles

Back to top button