Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟର ସବୁ ଜିଲ୍ଲାରେ ଗଠନ ହେବ କୋଭିଡ କମିଟି

ସବୁ ଜିଲ୍ଲାରେ କୋଭିଡ କମିଟି ଗଠନ ପାଇଁ ସରକାରଙ୍କ ନିର୍ଦ୍ଦେଶ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । କୋଭିଡ ଚିକିତ୍ସା ଓ ରୋଗୀଙ୍କ ଯତ୍ନର ମାନ ଯାଞ୍ଚ କରିବ ଏହି କମିଟି ।

ସବୁ ଜିଲ୍ଲାରେ କୋଭିଡ କମିଟି ଗଠନ ପାଇଁ ସରକାରଙ୍କ ନିର୍ଦ୍ଦେଶ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । କୋଭିଡ ଚିକିତ୍ସା ଓ ରୋଗୀଙ୍କ ଯତ୍ନର ମାନ ଯାଞ୍ଚ କରିବ ଏହି କମିଟି ।

ସରକାରୀ ଓ ଘରୋଇ ସଂସ୍ଥାର ଚିକିତ୍ସା ବିବରଣୀ ଯାଞ୍ଚ କରିବ କମିଟି । ମୃତ୍ୟୁର କାରଣ ଯାଞ୍ଚ ସହ ଚିକିତ୍ସା ବ୍ୟବସ୍ଥାର ଉନ୍ନତି ପାଇଁ ଦେବ ପରାମର୍ଶ । ଅତି କମରେ ଅତିରିକ୍ତ ଜିଲ୍ଲାପାଳ ସ୍ତରର ଅଧିକାରୀ ହେବେ କମିଟି ମୁଖ୍ୟ । CDMO, ICU ବିଶେଷଜ୍ଞ ଡାକ୍ତର ଓ ମେଡିକାଲ ଅଫିସର ରହିବେ ସଦସ୍ୟ । କୋଭିଡ୍‌ମୃତ୍ୟୁ ରୋକିବା ଓ ଚିକିତ୍ସାର ମାନ ବୃଦ୍ଧି କମିଟିର ଉଦ୍ଦେଶ୍ୟ ।

Show More

Related Articles

Back to top button