Breaking PLUSଦେଶମୁଖ୍ୟ ଖବରରାଜନୀତି

୨୦୨୪ରେ ଭାରତ ହେବ ଦ୍ରୁତ ଅଭିବୃଦ୍ଧି ପାଉଥିବା ଅର୍ଥନୀତି

୨୦୨୪ ଆର୍ଥିକ ବର୍ଷରେ ଭାରତ ବିଶ୍ୱରେ ଦ୍ରୁତ ଅଭିବୃଦ୍ଧି ପାଉଥିବା ଅର୍ଥନୀତି ଭାବେ ପରିଗଣିତ ହେବ। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏକ ମାସିକ ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଏହି ବିଷୟ କୁହାଯାଇଛି। ଏଥିରେ ଦେଶରେ ଶିଳ୍ପ ଅଭିବୃଦ୍ଧି ସହ ପୁଞ୍ଜି ବିନିଯୋଗ ବୃଦ୍ଧି ପାଉଥିବା ଦର୍ଶାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ଗତ ୧୪ ମାସ ମଧ୍ୟରେ ଶିଳ୍ପ ଉତ୍ପାଦନ ରେକର୍ଡ ସୃଷ୍ଟି କରିଥିବା ବେଳେ ଗତ ଅଗଷ୍ଟ ମାସରେ ଏହା ସର୍ବାଧିକ ଦୁଇଅଙ୍କ ବିଶିଷ୍ଟ ବିକାଶ ସ୍ତର ହାସଲ କରିଛି। ଦେଶର ଆୟ ବୃଦ୍ଧିରେ ସ୍ଥିରତା ଆସିଥିବା ବେଳେ ନିଯୁକ୍ତି ହାର ବୃଦ୍ଧି ପାଇଛି। ଫଳରେ ବେକାରୀ ହାର ହ୍ରାସ ପାଇଥିବା ରିପୋର୍ଟରେ କୁହାଯାଇଛି।

Show More

Related Articles

Back to top button