ଓଡ଼ିଶାଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଚିକେନ ସହିତ ଏହି ଖାଦ୍ୟ ଖାଇଲେ ଶରୀର ପାଇଁ ହୋଇଥାଏ ହାନିକାରକ

ଚିକେନ ଖାଇବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି । ଚିକେନକୁ ନେଇ ବହୁତ ଆଇଟମ ମଧ୍ୟ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ଚିକେନ ସହିତ ଖାଇବା ଉଚିତ୍ ନୁହେଁ । କାରଣ ଏହା ଶରୀର ପାଇଁ ଅନେକାଂଶରେ ହାନିକାରକ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଚିକେନ ସହ ଖାଇବା ବାରଣ କରାଯାଇଥାଏ-

  • କ୍ଷୀର -କ୍ଷୀର ସହ ଚିକେନ ଖାଇବା ପଏଜନ୍ ଖାଇବା ସାଙ୍ଗେ ସମାନ ହୋଇଥାଏ । କ୍ଷୀର ସହ ଚିକେନ ମିଶି ଶରୀରକୁ ଖରାପ ପ୍ରଭାବ ପକାଇଥାନ୍ତି । ଏହି ପ୍ରଭାବରେ ଆର୍ଲଜି ହେବା ସହ ବିଭିନ୍ନ ପ୍ରକାର ଚର୍ମଜନିତରୋଗ ଦେଖା ଦେଇଥାଏ । କେତେକାଂଶରେ ଲୋକମାନେ କ୍ଷୀର ସହ ଚିକେନ ଖାଇଲେ ଚର୍ମରେ ଧଳାଦାଗ ଏବଂ କୁଣ୍ଡାଇ ହେବାର ସମସ୍ୟା ଦେଖାଦେଇଥାଏ ।
  • ଦହି – ସେହିପରି କିଛି ଲୋକ ଥାଆନ୍ତି ଯିଏ କି ସବୁ ଜିନିଷ ସହ ଦହି ଖାଇବା ପାଇଁ ଭଲ ପାଆନ୍ତି । କାରଣ ଦହି ସବୁ ଜିନିଷକୁ ଅଧିକ ଟେଷ୍ଟି ବନାଇଥାଏ । କିଛି ଲୋକ ଚିକେନ ସହ ଦହି ଖାଇଥାନ୍ତି । ହେଲେ ଏହାକୁ ଖାଇବା କଥା ନୁହେଁ କାରଣ ଦହି ଥଣ୍ଡା ହୋଇଥିବା ବେଳେ, ଚିକେନ ଗରମ । ଯାହାକୁ ଖାଇଲେ ଶରୀର ମଧ୍ୟରେ ପାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ ।
  • ମାଛ -ଚିକେନ ସହ ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ । ଚିକେନ ଏବଂ ମାଛରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ । ହେଲେ ଦୁଇଟି ଖାଦ୍ୟରେ ଭିନ୍ନ ଭିନ୍ନ ପ୍ରୋଟିନ ରହିଥାଏ । ଏହା ଶରୀର ପ୍ରତି ରିଆକ୍ସନ୍ କରିଥାଏ । ଏହାକୁ ଖାଇଲେ ଶରୀର ଅସୁସ୍ଥ ହୋଇପଡେ । ସେଥିପାଇଁ ମାଛ ସହ ଚିକେନ ଖାଇବା ଉଚିତ ନୁହେଁ ।
Show More

Related Articles

Back to top button