Breaking PLUSଦେଶମୁଖ୍ୟ ଖବର

ହିଂଗୋଲି ସହିତ ମରାଠୱାଡାର ଅନେକ ଜିଲ୍ଲାରେ ଭୂକମ୍ପ ଝଟ୍‌କା

ମୁମ୍ବାଇ, 21 ମାର୍ଚ୍ଚ -ମହାରାଷ୍ଟ୍ରର ହିଂଗୋଲି ସହିତ ମରାଠୱାଡାର ଅନେକ ଜିଲ୍ଲାରେ ବୁଧବାର ସକାଳେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.6ରୁ 4.5 ମପାଯାଇଛି । ଏହି ଝଟ୍‌କାରେ କେହିଁ ମୃତାହତ ହୋଇନାହାନ୍ତି, କିନ୍ତୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ହିଂଗୋଲି ଜିଲ୍ଲା ପ୍ରଶାସନ ଅନୁସାରେ ବୁଧବାର ସକାଳ 6ଟାରୁ 8ଟା ମଧ୍ୟରେ ମରାଠୱାଡାର ହିଂଗୋଲି, ଲାତୁର ଓ ପରଭଣି ଜିଲ୍ଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଏହାର କେନ୍ଦ୍ର ହିଂଗୋଲିର ଉତ୍ତର ଦିଗ ରାମେଶ୍ୱର ଟାଂଡ୍ୟାରେ 10 କିଲୋମିଟର ଗଭୀରରେ ଥିଲା ।

Show More

Related Articles

Back to top button