Breaking PLUSଦେଶମୁଖ୍ୟ ଖବର

ବିକଶିତ ଭାରତର ବାର୍ତ୍ତା ସେୟାର କରିବା ତୁରନ୍ତ ବନ୍ଦ କର- ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ, 21 ମାର୍ଚ୍ଚ -ବିକଶିତ ଭାରତର ବାର୍ତ୍ତାକୁ ହ୍ୱାଟସଆପରେ ସେୟାର କରିବାକୁ ତୁରନ୍ତ ବନ୍ଦ କରିବାକୁ ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ବାଚନ ଆୟୋଗ ଗୁରୁବାର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟର ସଚିବଙ୍କୁ ଆଦର୍ଶ ଆଚରଣ ବିଧି ଲାଗୁ ସମୟରେ ହ୍ୱାଟସଆପରେ ବିକଶିତ ଭାରତର ବାର୍ତ୍ତା ପଠାଇବାକୁ ତୁରନ୍ତ ରୋକିବା ପାଇଁ ଚିଠି ଲେଖିଛନ୍ତି । ଏହି ମାମଲାରେ ତତ୍କାଳ ଅନୁପାଳନ ରିପୋର୍ଟ ମାଗିଛନ୍ତି କମିଶନର ।
ଚିଠିରେ କୁହାଯାଇଛି ଯେ, ବିଭିନ୍ନ ସ୍ଥାନରୁ କମିଶନରଙ୍କୁ ଅଭିଯୋଗ ଆସିଛି । ସାଧାରଣ ନିର୍ବାଚନ 2024 ଘୋଷଣା ଓ ଆଦର୍ଶ ଆଚରଣ ବିଧିଲାଗୁ ହେବା ପରେ ବି ଲୋକଙ୍କୁ ଫୋନରେ ଏବେ ବି ବାର୍ତ୍ତା ପଠାଯାଉଛି । ଆଗକୁ ଏଭଳି ବାର୍ତ୍ତା ପଠାନଯାଉ ଏହାକୁ ସୁନିଶ୍ଚିତ କରିବା ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

Show More

Related Articles

Back to top button