Breaking PLUSଦେଶ ବିଦେଶମୁଖ୍ୟ ଖବର

ତିନି ଦେଶରେ ଆଜି ଭୂକମ୍ପର ଝଟ୍‌କା

ପାକିସ୍ତାନରେ 4.2 ତୀବ୍ରତା, ଚୀନରେ 5.9 ତୀବ୍ରତା ଓ ପାପୁଆ ନ୍ୟୁଗିନିରେ 6.5 ତୀବ୍ରତା ରେକର୍ଡ

ଇସଲାମାବାଦ/ବେଜିଂ/ପୋର୍ଟ ମୋରେସ୍ୱି, ୨୮ ନଭେମ୍ବର – ଭାରତର ପଡୋଶୀ ଦେଶ ପାକିସ୍ତାନ, ଚୀନ ଓ ପାପୁଆ ନ୍ୟୁ ଗିନିରେ ଆଜି ସକାଳେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ତିନି ଦେଶରେ ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହୋଇଛି । ଆମେରିକୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଆମେରିକୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଅନୁସାରେ, ପାପୁଆ ନ୍ୟୁ ଗିନିର ଉତ୍ତର ଉପକୂଳରେ 6.5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ଝଟ୍‌କା ଉପକୂଳରୁ ପାଖାପଖି 20 କିଲୋମିଟର ଦୂର ପ୍ରଶାନ୍ତ ଦ୍ୱୀପର ପୂର୍ବ ସେପିକର ରାଜଧାନୀ ବେବାକ ସହରର କିଛି ଦୂରରେ ଅନୁଭୂତ ହୋଇଛି ।
ଏହାସହିତ ପାକିସ୍ତାନ ଓ ଚୀନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଚୀନର ଜିଜାଙ୍ଗରେ 5.0 ତୀବ୍ରତା, ପାକିସ୍ତାନରେ 4.2 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ତେବେ ଏବେ ସୁଦ୍ଧା କୌଣସି ଦେଶରେ କ୍ଷୟକ୍ଷତି ନେଇ କୌଣସି ସୂଚନା ଆସିନାହିଁ ।

Show More

Related Articles

Back to top button