Breaking PLUSଦେଶମୁଖ୍ୟ ଖବର
ଗୁଜରାଟ କଚ୍ଛରେ ଭୂମିକମ୍ପ
ଗୁଜରାଟର କଚ୍ଛରେ ଅନୁଭୂତ ହୋଇଛି ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୦ ବୋଲି ଜଣାପଡିଛି । ଦ୍ୱାରକାରୁ ୨୨୩ କିମି ଉତ୍ତରପୂର୍ବରେ ଭୂକମ୍ପ ଝଟକା ଦେଖିବାକୁ ମିଳିଛି । ଆଜି ଅପରାହ୍ନ ୩.୧୫ ମିନିଟରେ ଖୂମିକମ୍ପ ହୋଇଥିବା ନେଇ ସେସ୍ମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନର ସୁଦ୍ଧା କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ । ଅନେକ ସ୍ଥାନରେ ଘରଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରିକ୍ଟର ସ୍କେଲର ତୀବ୍ରତା ୫.୦ ବୋଲି ଅନୁମାନ କରାଯାଉଛି । ମାତ୍ର ଏହି ଭୂମିକମ୍ପରେ ଅନେକ ସ୍ଥାନରେ ଘରଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମ୍ପୂର୍ଣ୍ଣ କ୍ଷତିର ରିପୋର୍ଟ ଆସିନାହିଁ ।