Breaking PLUSଦେଶ ବିଦେଶମୁଖ୍ୟ ଖବର

ବାତ୍ୟା ‘ତଉକାତେ’ ଆତଙ୍କ ମଧ୍ୟରେ, ଗୁଜୁରାଟରେ ୩.୮ ତୀବ୍ରତାର ଭୂକମ୍ପର ଝଟକା

ଦକ୍ଷିଣ ଗୁଜରାଟର ରାଜକୋଟରେ ଆଜି ଭୋର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀର କହିବା ମୁତାବକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।

ଦକ୍ଷିଣ ଗୁଜରାଟର ରାଜକୋଟରେ ଆଜି ଭୋର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀର କହିବା ମୁତାବକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।

ଅନ୍ୟପଟରେ ଆରବ ସାଗରରେ ସୃଷ୍ଟ ବାତ୍ୟା ‘ତଉକାତେ’ ଗୁଜରାଟବାସୀଙ୍କୁ ଡରାଉଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ମଙ୍ଗଳବାର ଭୋରରୁ ଗୁଜରାଟର ଭାବାନଗର ଅଂଚଳର ମହୁବା ଏବଂ କେନ୍ଦ୍ର ଶାସିତ ଅଂଚଳ ଡାମନ ଡିଉ ମଧ୍ୟରେ ଭୂପୃଷ୍ଟ ଅତିକ୍ରମ କରିବ ।

ଭୂପୃଷ୍ଟ ଅତିକ୍ରମ କରିବା ବେଳକୁ ଘଣ୍ଟା ପିଛି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ଏହା ଘଣ୍ଟା ପିଛିା ୧୮୫ କିଲୋମିଟର ଛୁଇଁପାରେ । ଗୁଜରାଟ ଉପକୂଳରେ ସୋମବାର ସନ୍ଧ୍ୟାରେ ପହଂଚିବା ସହ ମଙ୍ଗଳବାର ପୋରବନ୍ଦର ଓ ମହୁବା ଅତିକ୍ରମ କରିବ । ବାତ୍ୟା ଯୋଗୁଁ ପୋରବନ୍ଦର, ଆମରେଲି, ଜୁନାଗଡ଼, ଗିର ସୋମନାଥ, ବୋଟାଡ ଏବଂ ଭାବାନଗର ଜିଲ୍ଲା ପ୍ରଭାବିତ ହେବ । ଦେବଭୂମି ଦ୍ୱାରକା, କଛ, ଜାମନଗର, ରାଜକୋଟ ଓ ମୋରବି, ଭାଲସାଦ, ସୁରତ, ଭଦୋଦରା, ଭାରୁଚ, ନାଭାର୍ସି, ଆନନ୍ଦ ଓ ଅମହମଦାବାଦ ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇପାରେ ।

Show More

Related Articles

Back to top button