Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
ଭୂକମ୍ପ ଝଟ୍କାରେ ଥରିଲା ଯମୁନା ଘାଟି

ଉତ୍ତରକାଶୀ: ଭୂକମ୍ପ ଝଟ୍କାରେ ଥରିଲା ଯମୁନା ଘାଟି । ଆଜି ସକାଳେ ସମଗ୍ର ଯମୁନା ଘାଟି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୟରେ ଲୋକମାନେ ନିଦରୁ ଉଠି ଘରୁ ବାହାରକୁ ଚାଲିଆସିଥିଲେ । ତେବେ ଭୂମିକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ ।
ସୋମବାର ଭୋର ପ୍ରାୟ 3ଟା 49 ମିନିଟ ସମୟରେ ଯମୁନାଘାଟି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଫଳରେ ଲୋକମାନେ ଗଭୀର ନିଦରୁ ଉଠି ବାହାରକୁ ଚାଲିଆସିଥିଲେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 2.9 ଥିବା ବେଳେ ଏହାର କେନ୍ଦ୍ର ବଡକୋଟ ତହସିଲ ଅନ୍ତର୍ଗତ ଶ୍ୟାଳନା ଗାଁର ଜଙ୍ଗଲରେ ଥିଲା । ଭୂମିକମ୍ପରେ ବଡକୋଟ, ନୈଗାଓଁ, ପୁରୋଲା ଆଜି ଅଞ୍ଚଳ ଥରି ଉଠିଥିଲା । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପଟୱାଲ ସୂଚନା ଦେଇଛନ୍ତି ।