Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଉତ୍ତରାଖଣ୍ଡରେ ଭୂସ୍ଖଳନ ପରିସ୍ଥିତି, ଯାତାୟତ ଠପ୍

ଚମ୍ପାବତ: ଉତ୍ତରାଖଣ୍ଡର ଚମ୍ପାୱତରେ ମୂଷଳଧାରାରେ ବର୍ଷା ଲାଗିରହିଛି । ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ବର୍ଷା ଯୋଗୁ ଜାତୀୟ ରାଜପଥ ଟନକପୁର-ଚମ୍ପାବତ ଅନ୍ତର୍ଗତ ରାସ୍ତାରେ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ରାସ୍ତା ବନ୍ଦ ହୋଇଯାଇଛି ।

ରବିବାର ଦିନ ପ୍ରବଳ ବର୍ଷା ଯୋଗୁ ଜାତୀୟ ରାଜପଥ ପୂରା ବନ୍ଦ ହୋଇଯାଇଥିଲା । ବିଳମ୍ବିତ ରାତିରେ ରାସ୍ତା ସଫା କାର୍ଯ୍ୟ ଆରମ୍ଭ ହୋଇଥିଲା, ମାତ୍ର ଏପର୍ଯ୍ୟନ୍ତ ସଫେଇ କାର୍ଯ୍ୟ ସରିନଥିବା ସୂଚନା ମିଳିଛି । ଆଜି ସକାଳେ ମେସିନ ଜରିଆରେ ସଫେଇ କାମ କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ କାମ ସାରିବାକୁ ଜାତୀୟ ରାଜପଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Show More

Related Articles

Back to top button