Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

କାଲି ଛତିଶଗଡରେ ପରିବର୍ତ୍ତନ ରଥଯାତ୍ରାର ଶୁଭାରମ୍ଭ କରିବେ ଅମିତ ଶାହ

ରାୟପୁର: ମଙ୍ଗଳବାରଠାରୁ ବିଜେପି ପକ୍ଷରୁ ଛତିଶଗଡରେ ଆରମ୍ଭ ହେବ ପରିବର୍ତ୍ତନ ରଥଯାତ୍ରା । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦାନ୍ତେୱାଡାରୁ ଏହି ରଥଯାତ୍ରାର ଶୁଭାରମ୍ଭ କରିବେ । ଏଥିପାଇଁ ବିଧି ଅନୁସାରେ ଏହି ରଥର ପୂଜାର୍ଚ୍ଚନା କରାଯାଇଛି । ଏହି ରଥପୂଜନ କାର୍ଯ୍ୟକ୍ରମରେ ବିଜେପିର ପ୍ରଦେଶ ପ୍ରଭାରୀ ଓମ୍ ମାଥୁର, ବିଜେପି କ୍ଷେତ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ଅଜୟ ଜମ୍ବାଲ, ସଙ୍ଗଠନ ମହାମନ୍ତ୍ରୀ ପୱନ ସାୟ ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦ୍ରମନ୍ତ୍ରୀ ଅମିତ ଶାହ ବସ୍ତର ବାରାଧ୍ୟ ଦେବୀ ମାଆ ଦନ୍ତେଶ୍ୱରୀଙ୍କ ଦର୍ଶନ କରିବା ପରେ ପରିବର୍ତ୍ତନ ରଥଯାତ୍ରାର ଶୁଭାରମ୍ଭ କରି ବିଧାନସଭା ନିର୍ବାଚନ ପାଇଁ ଶଙ୍ଖନାଦ କରିବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସେପ୍ଟେମ୍ବର 15 ତାରିଖରେ ଜଶପୁରରେ ପରିବର୍ତ୍ତନ ରଥଯାତ୍ରାର ଶୁଭାରମ୍ଭ କରିବେ । ଦାନ୍ତେୱାଡାରେ ଏହି କାର୍ଯ୍ୟକ୍ରମର ସଂଯୋଜକ ମନ୍ତ୍ରୀ ମହେଶ ଗାଗଡା ଅଛନ୍ତି । ସେ କହିଛନ୍ତି ଯେ, ରଥର ଛାତ ଉପରେ ମଞ୍ଚ ରହିଛି । ମଞ୍ଚ ନିକଟରେ ପହଞ୍ଚିବା ପାଇଁ ସ୍ୱଚାଳିତ ଶିଡିର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ମୁଖ୍ୟାଳୟର ହାଇସ୍କୁଲ ମୈଦାନରେ ଜନସଭା କରିବେ ଶାହ ।
ବିଜେପି ପ୍ରଦେଶ ଅଧ୍ୟକ୍ଷ ଅରୁଣ ସାୱ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଏହି ଯାତ୍ରା ଦାନ୍ତେୱାଡାରୁ ବିଳାସପୁର ଯାଏ ବାହାରିବ । 16ଦିନରେ ଧରି ହେବାକୁ ଥିବା ଏହି ଯାତ୍ରାରେ ପ୍ରାୟ 1728 କିଲୋମିଟର ଯାତ୍ରା କରାଯିବ । ବିଭିନ୍ନ ବିଧାନସଭା କ୍ଷେତ୍ରରେ ପ୍ରାୟ 45 ଜନସଭା, 32 ସ୍ୱାଗତ ସଭା ଓ 5ଟି ରୋଡ୍ ଶୋ କରାଯିବ ।

Show More

Related Articles

Back to top button