ସ୍ୱାସ୍ଥ୍ୟ

ଶୀତଦିନରେ କୋଷ୍ଠକାଠିନ୍ୟ ସମସ୍ୟା ଦୂରେଇଥାଏ ଅମୃତ ଭଣ୍ଡା

ଆସନ୍ତୁ ଜାଣିବା କିପରି କରିବା ଗରମ

ଭାରତରେ ନୁହେଁ ପୃଥିବୀର ସମସ୍ଥ ସ୍ଥାନରେ ଆମେ ଅମୃତ ଭଣ୍ଡl ଦେଖିବାକୁ ପାଇଥାଉ l ଏହାକୁ କଞ୍ଚା ଓ ପାଚିଲା ଉଭୟ ଭାବରେ ନିଜର ଖାଦ୍ୟରେ ବ୍ୟବହାର କରିଥାଉ l ଅମୃତ ଭଣ୍ଡାର ଅନ୍ୟ ନାମ ପପିତା ଅମୃତ ଭଣ୍ଡାରେ ବହୁତ କମ କ୍ୟାଲୋରୀ ଥାଏ ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ l ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କୁ ଅମୃତ ଭଣ୍ଡା ଖାଇବାକୁ ଭଲ ଲାଗିନଥାଏ l ସେହି ସ୍ଥାନରେ ଆମେ ଏହାର ଜୁସ ବାହାର କରି ପିଇ ପାରିବା l

ମାଲେସିୟାରେ ପ୍ରାୟ ଅଧିକାଂଶ ଖାଦ୍ୟ ପଦାର୍ଥରେ ଅମୃତ ଭଣ୍ଡାର ବ୍ୟବହାର କରାଯାଏ l ପ୍ରାଚୀନ କାଳରେ ଅମୃତ ଭଣ୍ଡା ଦ୍ୱାରା ବିଭିନ୍ନ ରୋଗର ଘରୋଇ ଚିକିତ୍ସା କରା ଯାଉଥିଲା l ସ୍ୱାସ୍ଥ୍ୟ ସହିତ ଆମର ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ l ଅମୃତ ଭଣ୍ଡାକୁ କଞ୍ଚା ଅବସ୍ଥାରେ ତରକାରୀ ଭାବରେ ଓ ପାଚିଲାପରେ ଫଳ ଭାବରେ ଖାଇଥାଉ l ଆସନ୍ତୁ ଆଜି ଆମେ ଜାଣିବା ଅମୃତ ଭଣ୍ଡା ଦ୍ୱାରା ଆମର ଓଜନ କମିବା ସହିତ ଶରୀରର ଆଉ କି କି ଉପକାର ହବ –

ଆମେରିକାର କୃଷି ବିଭାଗର ତଥ୍ୟ ଅନୁସରେ ୧00 ଗ୍ରାମ ପପିତାରେ -୪୩ ଗ୍ରାମ କ୍ୟାଲୋରୀ ଅଛି ,0.୪୭ ଗ୍ରାମ ପ୍ରୋଟିନ ଅଛି ,୧.୭ ଗ୍ରାମ ଫାଇବର ଅଛି ,୧0.୮୨ ଗ୍ରାମ କାର୍ବୋହାଇଡ୍ରେଡ଼ ଓ ୭.୮ଗ୍ରାମ ସରକାର ଅଛି l

ତେଣୁ ଯେଉଁ ଲୋକମାନେ ନିଜର ଓଜନ କମାଇବା ପାଇଁ ଚାହୁଁଛନ୍ତି ପ୍ରତ୍ୟକ ଦିନ ନିଜ ଖାଦ୍ୟରେ ଅମୃତ ଭଣ୍ଡାକୁ ସାମିଲୀ କରନ୍ତୁ l ଅମୃତ ଭଣ୍ଡା ଖାଇବା ଦ୍ୱାରା ଶରୀରରୁ ଜାଳିଅ ଅଂଶ ଠିକ ରହିଥାଏ l ଅମୃତ ଭଣ୍ଡାରେ ଖାଲି ଓଜନ କମିନଥାଏ ,ଏହାସହିତ ଆଖିର ସମସ୍ତ ଅସୁବିଧା ଦୂର ହୁଏ l ଯଦି ଆପଣ କୋଷ୍ଠକାଠିନା ର ଶିକାର ହେଉଛନ୍ତି ତେବେ ପ୍ରତ୍ୟକ ଦିନ ରାତ୍ରି ଭୋଜନପରେ ପାଚିଲା ଅମୃତ ଭଣ୍ଡା ଖାନ୍ତୁ ଓ କୋଷ୍ଠକାଠିନରୁ ଦୁରେଇ ରୁହନ୍ତୁ l

ପପିତାରେ କୋଲେଷ୍ଟ୍ରଲର ମାତ୍ର ଆଦୌ ନଥାଏ l ସେଥିପାଇଁ ହୃଦ ରୋଗୀମାନେ ପ୍ରତେକ ଦିନ ଅମୃତ ଭଣ୍ଡା ଖାଇବା ଆବଶ୍ୟକ l

ଭାରତର ବିଶେଷଜ୍ଞଙ୍କ ଅନୁସାରେ ୧00 ଗ୍ରାମ ପପିତାରେ ୨0 ଗ୍ରାମ କ୍ୟାଲ୍ସିଅମ ଓ ୨୧ଗ୍ରାମ ମଗ୍ନେଶୀୟମ ଅଛି ,ଯେବେକି ୧୮୨ ଗ୍ରାମ ପୋଟାସିୟମ ରହିଥାଏ l ଏହିସବୁ କାରଣରୁ ପପିତା ଆମର ପlଚନ ପ୍ରକ୍ରିୟାକୁ ସୁଦୃଦୃଢ଼ କରିଥାଏ l

ପପିତାରେ ଭିଟାମିନ-ଏ ,ସି ଓ କେ ଥାଏ ଯାହା ଆମକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରେ l ପପିତାର ବ୍ୟବହାର କେବଳ ସୁସ୍ଥ ଶରୀର ପାଇଁ ନୁହେଁ ,ଏହା ସହିତ ସୌନ୍ଦର୍ଯ୍ୟ ପ୍ରସାଧନ ପାଇଁ ବ୍ୟବହାର କରାଯାଏ l ସୀତ ଦିନେ ପାଚିଲା ଅମୃତ ଭଣ୍ଡା କୁ ଚକଟି ମହୁ ମିଶାଇ ମୁହଁ ରେ ଲଗାଇଲେ ତ୍ୱଚା ଉଜ୍ବଳ ହେବ ସହିତ କୋମଳ ଦେଖା ଯାଇଥାଏ l

Show More

Related Articles

Back to top button