ସ୍ୱାସ୍ଥ୍ୟ

ଭାଙ୍ଗରେ ରୋଗର ଚିକିତ୍ସା

ଆସନ୍ତୁ ଜାଣିବା କେଉଁସବୁ ରୋଗରୁ ଉପଶମ ମିଳିବ

ଭାଙ୍ଗକୁ ଅଳ୍ପ ବହୁତେ ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ ଏହାର ଗଛକୁ ଅଧିକାଂଶ ଲୋକ ଦେଖିନଥିବେ l ଆମ ମାନଙ୍କର କେବଳ ଧାରଣା ରହିଛି ଯେ ଭାଙ୍ଗକୁ ଗୋଟିଏ ନିଶା ଦ୍ରବ୍ୟ ଭାବରେ କେବଳ ବ୍ୟବହାର କରାଯାଏ ,କିନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ କେହି ଜାଣନ୍ତି ନାହିଁ l ଏହି ଗଛର ପତ୍ରକୁ ଭଙ୍ଗ ଓ ଫୁଲକୁ ଗଞ୍ଜେଇ ଭାବରେ ବ୍ୟବହାର କରାଯାଏ l ଆଜି ଆସନ୍ତୁ ଜାଣିବା ଭାଙ୍ଗର ଔଷଧୀୟ ଗୁଣ ବିଷୟରେ l

ଆର୍ଥ୍ରାଇଟିସ -ଭାଙ୍ଗ ମଞ୍ଜିକୁ ଗୁଣ୍ଡ କରି ଦୁଇ ଗ୍ରାମ ମାତ୍ରାରେ ଖାଆନ୍ତୁ ଏବଂ ପାଞ୍ଚଗ୍ରାମ ଭାଙ୍ଗ ମଞ୍ଜିକୁ ଗୁଣ୍ଡ କରି ସୋରିଷ ତେଲରେ ଫୁଟାଇ ଗରମ କରନ୍ତୁ l ଏହା ପରେ ଏହି ତେଲକୁ ଥଣ୍ଡା କରି ଆର୍ଥ୍ରାଇଟିସ ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଗଣ୍ଠିରେ ମାଲିସ କରନ୍ତୁ ,ଦେଖିବେ ଲାଭ ମିଳିବ l

ଶ୍ୱାସ ରୋଗ – ଯଦି ଆପଣ ଶ୍ୱାସ ରୋଗରେ ପୀଡିତ ଅଛନ୍ତି ୧୨୫ ମିଲିଗ୍ରାମ ଭାଙ୍ଗକୁ ଉଷୁମ କରି ଦୁଇ ଗ୍ରାମ ଗୋଲମରିଚ ଓ ଦୁଇଗ୍ରାମ ମିଶିରିର ମିଶାଇ ଖାଇଲେ ଶ୍ୱାସ ରୋଗରୁ ଆରାମ ମିଳିଥାଏ l

କ୍ଷୁଧା ହୀନତା -ଭାଙ୍ଗକୁ ଭାଜି ଗୁଣ୍ଡକରି ଅଦା ରସ ସହିତ ମିଶାଇ ଖାଇବା ଦ୍ୱାରା କ୍ଷୁଧା ହୀନତା ଦୂର ହୋଇଥାଏ l

ଚର୍ମ ରୋଗ -ବିଭିନ୍ନ ପ୍ରକାରର ଚର୍ମ ରୋଗ ପାଇଁ ଭାଙ୍ଗ ପତ୍ରକୁ ବାଟି ଲେପ ଦେବା ଦ୍ୱାରା ସମସ୍ତ ପ୍ରକାର ଚର୍ମ ରୋଗରୁ ଆରମ୍ଭ ମିଳିଥାଏ l

Show More

Related Articles

Back to top button