ସ୍ୱାସ୍ଥ୍ୟ

ଶୀତ ଦିନେ ଖାଆନ୍ତୁ କମଳା

ଦୂରହେବ ଏହିସବୁ ଶାରୀରିକ ସମସ୍ୟା

ଶୀତ ଦିନେ ଖରାରେ ବସି କମଳା ଖାଇବାର ମଜା କିଛି ନିଆରା। କମଳାରେ ଭିଟାମିନ୍‌ ‘ସି’ର ମାତ୍ରା ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଏହା ସହ ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଅନ୍ୟ ପୋଷକ ତତ୍ତ୍ୱ କର୍କଟ ରୋଗ ଏବଂ ମଧୁମେହ ଭଳି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏବେ ଆସନ୍ତୁ ଜାଣିବା ପ୍ରତିଦିନ ଗୋଟେ କମଳା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ…

୧. କମଳାର ସେବନ ପ୍ରତିଦିନ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ଠିକ୍‌ ରହିବା ସହ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇଥାଏ । ଏହା ସହ ଏଥିରେ ଥିବା ଫାଇଟୋକେମିକାଲ ତତ୍ତ୍ୱ ରକ୍ତ ଜମାଟ ବାନ୍ଧିବାକୁ ଦେଇ ନଥାଏ । ଯାହାଦ୍ୱାରା ହୃଦ୍‌ ସମସ୍ୟାର ମଧ୍ୟ ଆଶଙ୍କା କମ ହୋଇଥାଏ ।
୨.କମଳାରେ ନ୍ୟାଚୁରାଲ ସୁଗାର ଥିବାରୁ ଏହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଏହାଦ୍ୱାରା ମଧୁମେହ ଭଳି ରୋଗ ହେବାର ଆଶଙ୍କା କମ ହୋଇଥାଏ । ମଧୁମେହ ରୋଗୀମାନେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ କମଳା ଖାଇ ପାରିବେ ।

Show More

Related Articles

Back to top button