ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ଦେଶୀ ଘିଅ ଖାଇବା ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ହିତକର : ଆସନ୍ତୁ ଜାଣିବା

ଗ୍ରୀଷ୍ମ ଋତୁରେ ଦେଶୀ ଘିଅ ଖାଇବା ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ହିତକର ବୋଲି ଗବେଷକ ମାନେ କହିଛନ୍ତି l

କାର୍ଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟର ଗୋଟିଏ ଗବେଷଣାରୁ ଏପରି କିଛି ତଥ୍ୟ ଜଣା ପଡିଛି ଯାହା ଆଧାରରେ କୁହାଯାଉଛି ଯେ ,ପୂର୍ବ କାଳରେ ଭାରତୀୟ ମାନେ ଏହିଭଳି ଶୁଦ୍ଧ ଘିଅ ଖାଇ ନିଜ ଶରୀରକୁ ସୁସ୍ଥ ରଖୁଥିଲେ କିଛି ଲୋକଙ୍କର ଧାରଣା ରହିଛି ଗ୍ରୀଷ୍ମ ଋତୁରେ ଘିଅ ଖାଇବା ଉଚିତ ନୁହେଁ କିନ୍ତୁ ଏହି ତଥ୍ୟକୁ ଗବେଷକ ମାନେ ଭୁଲ ବୋଲି କହିଛନ୍ତି l ଆସନ୍ତୁ ଜାଣିବା ସେ ବିଷୟରେ l

* ଦେଶୀ ଘିଅ ଆମ ଶରୀରର କୋଷିକା ଗୁଡିକୁ ବିକଶିତ କରି ଶରୀରକୁ ଶକ୍ତି ପ୍ରଦାନ କରିଥାଏ l ତା ସହିତ ଶରୀରର ହର୍ମୋନ ଉତ୍ପାଦକୁ ମଧ୍ୟ ସନ୍ତୁଳିତ କରି ରଖେ l ତେଣୁକରି ଆପଣ ଗ୍ରୀଷ୍ମ ଋତୁରେ ଗିଆ ଖାଇ ପାରିବେ l

* ଆମ ଖାଦ୍ୟ ଖାଇବାର ଶୈଳୀ ଆମକୁ ଅଧିକାଂଶ ରୋଗ ଠାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ l ସେହିଭଳି ଦେଶୀ ଘିଅ ଖାଇବା ଦ୍ୱାରା ଆମ ଶରୀରର ଇମ୍ୟୁନିଟି ବଢିବା ସହିତ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ l ଘିଅରେ ଭିଟାମିନ-ଏ ଓ ସି ଥିବା କାରଣରୁ ଏହା ଆମର ଇମ୍ୟୁନିଟି ସିଷ୍ଟମକୁ ସୁଦୃଢ କରିଥାଏ l

* ଏହି ଗବେଷଣାରୁ ଜଣା ପଡିଛି ଯେ ଦେଶୀ ଘିଅ ଗ୍ରୀଷ୍ମ ଋତୁରେ ଶରୀରରୁ ପାଣି କମିବାକୁ ଦିଏ ନାହିଁ l କାରଣ ଘିଅ ଖାଇବା ଦ୍ୱାରା ଏଥିରେ ଥିବା ମଇଶ୍ଚରାଇଜିଙ୍ଗ ଗୁଣ ଆପଣଙ୍କ ଶରୀରରୁ ଭିତରୁ ହାଇଡ୍ରେଡ଼ କରିଥାଏ ,ଯେଉଁ କାରଣରୁ ଶରୀରରୁ ଜଳୀୟ ଅଂଶ କମି ନଥାଏ l

* ଅନେକ ଗବେଷଣାରୁ ଜଣା ପଡିଛି ଯେ ଦେଶୀ ଘିଅ ସେବନ କରିବା ଦ୍ୱାରା ମସ୍ତିସ୍କ ଓ ଶରୀର ଥଣ୍ଡା ରହିଥାଏ l ତାସାହିତ ଆଣ୍ଠୁଗଣ୍ଠି ଯନ୍ତ୍ରଣା ,ଫୁଲା ଓ ବିଭିନ୍ନ ପ୍ରକାରର ଥଣ୍ଡା ଜନିତ ସମସ୍ୟା ମଧ୍ୟ ଦୂର ହୁଏ l ଦେଶୀ ଘିଅରେ ଅମେଗା ଥ୍ରୀ ଫ୍ୟାଟି ଏସିଡ ଭରପୁର ମାତ୍ରାରେ ରହିଛି l ସେଥିପାଇଁ ଗ୍ରୀଷ୍ମ ଋତୁରେ ବିଭିନ୍ନ ରୋଗର ଉପଚାର ପାଇଁ ଦେଶୀ ଘିଅ ଖାଇବା ଆବଶ୍ୟକ l

Show More

Related Articles

Back to top button