ଓଡ଼ିଶା

କରୋନା କାଳରେ ମୌସୁମୀ ଆଣିଲା ଖୁସି ଖବର

କରୋନା ସଙ୍କଟ ବେଳେ ଖୁସି ଖବର ଆଣିଲା ମୌସୁମୀ। ଠିକ୍‌ ସମୟରେ କେରଳ ଉପକୂଳ ଛୁଇଁବ। ଜୁନ ୧ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)

ଭୂବିଜ୍ଞାନ ମନ୍ତ୍ରାଳୟ ସଚିବ ଏମ ରାଜୀବନ କହିଛନ୍ତି, ‘ଅନୁମାନ କରାଯାଉଛି ୧ ଜୁନ୍‌ ସୁଦ୍ଧା କେରଳ ଛୁଁଇପାରେ ମୌସୁମୀ। ଏହା ବର୍ତ୍ତମାନର ସଂକେତ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀକୁ ନେଇ ଅଧିକାରୀକ ସୂଚନା ମେ ୧୫କୁ ଆସିବାକୁ ଥିବା ବେଳେ ବର୍ଷାକୁ ନେଇ ୩୧ ମେ’ରେ ସୂଚନା ମିଳିବ।’ତେବେ ପ୍ରାରମ୍ଭିକ ବିଶ୍ଳେଷଣ ଅନୁସାରେ ୧ ଜୁନ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ସଂକେତ ମିଳୁଛି ବୋଲି ​‌ସେ କହିଛନ୍ତି । ଏହା ପୂର୍ବରୁ ୧୬ ଏପ୍ରିଲ୍‌ରେ ଚଳିତବର୍ଷ ୯୮ ପ୍ରତିଶତ ବର୍ଷ ହେବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ।

ବର୍ଷାକୁ ନେଇ କରାଯାଇଥିବା ଅନୁମାନ ଅନୁସାରେ ଏହା ୫ ପ୍ରତିଶତ କମ-ବେଶୀ ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।ଚଳିତବର୍ଷ ମୌସୁମୀ ସ୍ବାଭାବିକ ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀକୂଳକୁ ଆଶ୍ବିସ୍ତି ଦେବ ନିଶ୍ଚିତ। ବିଶେଷ କରି କରୋନା କାଳରେ ଭାରତୀୟ ଅର୍ଥନୀତି ପ୍ରତି ଏହା ଏକ ଭଲ ଖବର। ତେବେ ପାଣିପାଗ ବିଭାଗ ପକ୍ଷରୁ ପ୍ରତି ଗୁରୁବାର ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟ (ଇଆରଏଫ) ରିଲିଜ୍‌ କରାଯାଏ । ଆଇଏମଡି ନିଜର ଦ୍ବିତୀୟ ରେଞ୍ଜ ଫୋରକାଷ୍ଟ (ଏଆରଆଫ) ମେ ୧୫ରେ ପ୍ରକାଶ କରିବ। ଏଥିରୁ ମୌସୁମୀକୁ ନେଇ ଅଧିକ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ଜଣାପଡ଼ିଛି।

Show More

Related Articles

Back to top button