ସ୍ୱାସ୍ଥ୍ୟ

ରାତିରେ ଖାଆନ୍ତୁ ନାହିଁ ଏହି ୩ଟି ଫଳ

ସ୍ବାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ଫଳ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ପିଲା ହୁଅନ୍ତୁ କି ବୟସ୍କ ସମସ୍ତଙ୍କୁ ଫଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଠିକ୍ ସମୟରେ ଫଳ ନଖାଇଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ । କେବଳ ଏତିକି ନୁହେଁ ରାତିରେ ଫଳ ଖାଇବା ଦ୍ବାରା ଆପଣଙ୍କୁ ଅନେକ ରୋଗର ସାମ୍ନା କରିବାକୁ ପଡିପାରେ । ଏଥିପାଇଁ ରାତିରେ ଫଳ ଖାଇବାରୁ ଦୂରେଇ ରୁହନ୍ତୁ । ତେବେ ଆସନ୍ତୁ ଜାଣିବା ରାତିରେ କେଉଁ କେଉଁ ଫଳ ଖାଇବା ଉଚିତ ନୁହେଁ ।

କଦଳୀ :
ରାତିରେ କଦଳୀ ଖାଇବା ଲାଭଦାୟକ ହୋଇନଥାଏ । ଯଦିଓ କିଛି ଲୋକ ବ୍ୟାୟାମ ପରେ ସନ୍ଧ୍ୟାରେ କଦଳୀ ଖାଇଥାନ୍ତି । ସେ ଜୁସ୍ ହେଉ କି ଫ୍ରୁଟ୍ ସାଲାଡ ହେଉ, ରାତି ସମୟରେ ଏହାକୁ ଖାଇବା ଉଚିତ ନୁହେଁ । ଯଦି ଆପଣ ମଧ୍ୟ ରାତିରେ କଦଳୀ ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀରର ତାପମାତ୍ରାକୁ ବଢାଇପାରେ । ଯେଉଁଥିପାଇଁ ଶୋଇବାରେ ସମସ୍ୟା ହୋଇପାରେ । ଏଥିପାଇଁ ରାତିରେ ଆଦୌ କଦଳୀ ଖାଆନ୍ତୁ ନାହିଁ ।

ସେଓ :
ସେଓ ଖାଇବାକୁ ପ୍ରାୟ ଡାକ୍ତର ପରାମର୍ଶ ଦିଅନ୍ତି । ପ୍ରତିଦିନ ସେଓ ଖାଇବା ଦ୍ବାରା ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । କିନ୍ତୁ ରାତିରେ ସେଓ ଖାଇବା ଉଚିତ ନୁହେଁ । ଯଦି ଆପଣ ରାତିରେ ସେଓ ଖାଉଥାନ୍ତି ତେବେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସେଓରେ ଫାଇବର ଥାଏ ଯାହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ । କିନ୍ତୁ ରାତିରେ ସେଓ ଖାଇବା ହଜମ ପ୍ରକ୍ରିୟା ପାଇଁ ଭଲ ନୁହେଁ । ଅତ୍ୟଧିକ ଫାଇବର ଥିବା ଯୋଗୁଁ ସେଓ ଖାଇସାରି ଶୋଇବା ଦ୍ବାରା ପେଟ ଗ୍ୟାସ୍ କିମ୍ବା ଏସିଡିଟି ଭଳି ସମସ୍ୟା ଦେଖାଦେଇଥାଏ ।

ସପେଟା :
ରାତିରେ ସପେଟା ମଧ୍ୟ ଖାଆନ୍ତୁ ନାହିଁ । ସପେଟାରେ ସୁଗାର ପରିମାଣ ଅଧିକ ଥାଏ । ଏଭଳି ସ୍ଥିତିରେ ଯଦି ଆପଣ ସପେଟା ଖାଆନ୍ତି ତେବେ ଏହା ଆପଣଙ୍କ ଶରୀରର ସୁଗାର ଏବଂ ଏନର୍ଜି ସ୍ତରକୁ ବଢାଇ ଦେଇଥାଏ ।ଏଥି ଯୋଗୁଁ ଶୋଇବାରେ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ରାତିରେ ସପେଟା ଖାଆନ୍ତୁ ନାହିଁ ।

Show More

Related Articles

Back to top button