ଦେଶ ବିଦେଶ

କରୋନା ସ୍ଥିତି ନେଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ହିମାଚଳ ପ୍ରଦେଶ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି

ଏହା ଛାଡ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ୪ଟି ଜିଲ୍ଲାରେ ରାତ୍ରିକାଳୀନ ସାନ୍ଧ୍ୟ ଆଇନ୍‍ ଲାଗୁ କରିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସିମ୍‍ଳାଠାରେ ରାଜ୍ୟ କ୍ୟାବିନେଟ୍‍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସିମ୍‍ଳା, ମଣ୍ଡି, କଙ୍ଗଡା ଓ କୁଲ୍ଲୁ ଜିଲ୍ଲାରେ ଆଜିଠାରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରାତ୍ରିକାଳୀନ ସାନ୍ଧ୍ୟ ଆଇନ୍‍ ଲାଗୁ ହେବ। ରାଜ୍ୟରେ ଅନ୍‍ଲାଇନ୍‍ ଶିକ୍ଷାଦାନ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ।

ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ଘରୁ ଶିକ୍ଷାଦାନ କରିବା ପାଇଁ ରାଜ୍ୟର ଶିକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଛି।ହାଇସ୍କୁଲ, ଉଚ୍ଚମାଧ୍ୟମିକ ସ୍କୁଲ ଓ କଲେଜଗୁଡ଼ିକର କାର୍ଯ୍ୟାଳୟ ଆସନ୍ତା ୨୬ତାରିଖରୁ ଖୋଲିବ। ରାଜ୍ୟର ସମସ୍ତ ସାମାଜିକ, ରାଜନୈତିକ, ସାଂସ୍କୃତି ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ୨ଶହରୁ କମ୍‍ ସଂଖ୍ୟକ ଲୋକଙ୍କୁ ଏକତ୍ରିତ ହେବାକୁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ୧୦୦୦ ଟଙ୍କାର ଜୋରିମାନା ଦେବାକୁ ରାଜ୍ୟ କ୍ୟାବିନେଟ୍‍ ନିଷ୍ପତ୍ତି ନେଇଛି। ରାଜ୍ୟର ସମସ୍ତ ବସରେ ମୋଟ୍‍ ସିଟ୍‍ର ଶତକଡା ୫୦ ଭାଗ ସିଟରେ ଯାତ୍ରୀମାନଙ୍କୁ ବସିବା ପାଇଁ ଅନୁମତି ଦିଆଯିବ।

Show More

Related Articles

Back to top button