Breaking PLUSଦେଶ ବିଦେଶମୁଖ୍ୟ ଖବର

ଚୀନ ଉପରେ ପୁଣି ଥରେ ଡିଜିଟାଲ ଷ୍ଟ୍ରାଇକ କଲା ଭାରତ, ୪୩ଟି ମୋବାଇଲ ଆପ୍ସ ଉପରେ ଲଗାଇଲା ପ୍ରତିବନ୍ଧକ

ଚୀନ ଉପରେ ମୋଦି ସରକାର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଭାରତର ପ୍ରତିରକ୍ଷା, ସୁରକ୍ଷା ଓ ସାର୍ବଭୌମତ୍ୱକୁ ଦୃଷ୍ଟିରେ ରଖି ଭାରତ ସରକାର ୪୩ଟି ମୋବାଇଲ ଆପ୍ସକୁ ବ୍ୟାନ କରିବାର ନିଷ୍ପତ୍ତି ନେଇଛନ୍ତି । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ) ଅନୁସାରେ ଏହାକୁ ବ୍ଲକ କରାଯାଇଛି ।

ଚୀନ ଉପରେ ମୋଦି ସରକାର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଭାରତର ପ୍ରତିରକ୍ଷା, ସୁରକ୍ଷା ଓ ସାର୍ବଭୌମତ୍ୱକୁ ଦୃଷ୍ଟିରେ ରଖି ଭାରତ ସରକାର ୪୩ଟି ମୋବାଇଲ ଆପ୍ସକୁ ବ୍ୟାନ କରିବାର ନିଷ୍ପତ୍ତି ନେଇଛନ୍ତି । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ) ଅନୁସାରେ ଏହାକୁ ବ୍ଲକ କରାଯାଇଛି । ଆଲ୍ଲିବାବା ଓାର୍କବେଂଚ, ଅଲି ପେ କ୍ୟାସିୟର, ଡେଲିଭରି ଆପ୍ ଲାଲମୋଭ ଆପ ଓ ସ୍ନାକ ଭିଡିଓ ଭଳି ଆପକୁ ବ୍ୟାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବ୍ୟାନ କରାଯାଇଥିବା ଆପ୍ସ ମଧ୍ୟରେ କିଛି ପୁରୁଣା ଆପ ରହିଥିବା ବେଳେ ଅଧିକାଂଶ ଆପ ଏଭଳି ଅଛି, ଯାହା ସପୋର୍ଟିଭ ଆପ ଦ୍ୱାରା ପରିଚାଳିତ ହୋଇଥାଏ । ଅଲି ବାବାଙ୍କ ଆପ୍ସ ପୂର୍ବରୁ ମଧ୍ୟ ବ୍ୟାନ ହୋଇଥିଲା । ହେଲେ ଏଥର ବି ଅଲି ବାବାଙ୍କ କିଛି ସପୋର୍ଟିଂ ଆପ ବ୍ୟାନ କରାଯାଇଛି । ଅଲ୍ଲି ସପ୍ଲାଏର୍ସ, ଅଲ୍ଲି ଏକ୍ସପ୍ରେସ ଓ ଅଲ୍ଲି ପେ କ୍ୟାସିୟର ଭଳି ଆପ୍ ଏଥିରେ ସାମିଲ ରହିଛି । ଏହି ଆପଗୁଡିକ ଏତେ ଲୋକପ୍ରିୟ ନୁହେଁ । ଅଧିକାଂଶ ଆପ ଏବେ ବି ଷ୍ଟୋରରେ ଉପଲବ୍ଧ ରହିଛି । ତେବେ ସଂପୂର୍ଣ୍ଣ ଭାବରେ ଏହି ଆପ୍ସକୁ ବ୍ଲକ କରାଯାଇଛି କି କେବଳ ପ୍ଲେଷ୍ଟୋରରୁ ହଟାଯାଇଛି, ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନାହିଁ ।

Show More

Related Articles

Back to top button