Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଓଡ଼ିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ

ଗୁଜୁରାଟ କ୍ୟାଡରର ଓଡ଼ିଆ ଆଇଏଏସ ଅଫିସର ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କର ପରଲୋକ । ଗୁରୁପ୍ରସାଦଙ୍କ ଦେହାନ୍ତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ୍ କରି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ସ୍ଵର୍ଗତଃ ମହାପାତ୍ର ତାଙ୍କ ସହ ଉଭୟ ଗୁଜୁରାଟ ଓ କେନ୍ଦ୍ରରେ କାର୍ଯ୍ୟ କରିଥିଲେ । ନିଜର ପ୍ରଶାସନିକ ଦକ୍ଷତା ଓ ବିଭିନ୍ନ ସମସ୍ୟାର ଅଭିନବ ସମାଧାନ ପାଇଁ ସେ ପରିଚିତ ଥିଲେ ।

ସୂଚନାଯୋଗ୍ୟ, ଗୁଜୁରାଟ କ୍ୟାଡର ୧୯୮୬ ବ୍ୟାଚର୍ ଆଇଏଏସ ଗୁରୁପ୍ରସାଦ ମହାପାତ୍ର । ସେ ବର୍ତ୍ତମାନ ଡିପିଆଇଆଇଟି ବିଭାଗରେ ସଚିବ ଭାବେ ଦାୟିତ୍ଵ ତୁଲାଉଥିଲେ । ଏଥି ସହିତ ସେ ଏମଏସଏମଇ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ନିର୍ବାହ କରୁଥିଲେ । ଡକ୍ଟର ଗୁରୁପ୍ରସାଦ ମହାପାତ୍ର ହେଉଛନ୍ତି ପ୍ରଖ୍ୟାତ ସାହିତ୍ୟିକ ସ୍ଵର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ । ଏହା ପୂର୍ବରୁ ମଧ୍ୟ ସେ ଭାରତୀୟ ବିମାନବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ଥିଲେ । ବିମାନବନ୍ଦର ଭିତ୍ତିଭୂମିର ବିକାଶ ଦିଗରେ ତାଙ୍କର ଭୂମିକା ବେଶ୍ ସେ ଗୁରୁତ୍ଵପୂର୍ଣ୍ଣ ଥିଲା । ଏଥି ସହିତ ସେ ବିଭିନ୍ନ ବିଭାଗ ଓ ସଂସ୍ଥାରେ ଉଚ୍ଚପଦବୀରେ ରହି ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

Show More

Related Articles

Back to top button