Breaking PLUSଓଡ଼ିଶାମୁଖ୍ୟ ଖବର

କୋରାପୁଟରୁ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗାଡି ଜବତ

ମାଛକୁଣ୍ଡ ପୋଲିସ ଦ୍ବାରା ୨୫ ଲକ୍ଷଟଙ୍କାର ଗଂଜେଇ ସହ ଗାଡି ଜବତ ହୋଇଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଜଣକ ଗାଡିର ଡ୍ରାଇଭର ବୋଲି ଜଣା ପଡିଛି । ଆନ୍ଧ୍ର ସୀମାନ୍ତ ଅଂଚଳରୁ ପିକଅପ ଗାଡିରେ ଗଂଜେଇ ଚାଲାଣ କରାଯାଉଥିବା ବେଳେ ଜଲାପୁଟ ନିକଟରେ ମାଛକୁଣ୍ଡ ପୋଲିସ ଦ୍ବାରା ଧରାପଡିଛି ।

ମାଛକୁଣ୍ଡ ପୋଲିସ ଦ୍ବାରା ୨୫ ଲକ୍ଷଟଙ୍କାର ଗଂଜେଇ ସହ ଗାଡି ଜବତ ହୋଇଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଜଣକ ଗାଡିର ଡ୍ରାଇଭର ବୋଲି ଜଣା ପଡିଛି । ଆନ୍ଧ୍ର ସୀମାନ୍ତ ଅଂଚଳରୁ ପିକଅପ ଗାଡିରେ ଗଂଜେଇ ଚାଲାଣ କରାଯାଉଥିବା ବେଳେ ଜଲାପୁଟ ନିକଟରେ ମାଛକୁଣ୍ଡ ପୋଲିସ ଦ୍ବାରା ଧରାପଡିଛି । OD 18H 7069 ଗାଡିକୁ ଜବତ କରିବା ସହ ଡ୍ରାଇବରକୁ ଗିରଫ କରିଛି। ଗିରଫ ଡ୍ରାଇଭର ନାମ

ଦେବାଶିଷ ଆଚାର୍ଯ୍ୟ ଓ ତାଙ୍କ ଘର ଜଲାପୁଟ ଅଂଚଳରେ ବୋଲି ପୋଲିସ ପ୍ରକାଶ କରିଛି । ଜଲାପୁଟ ଅଞ୍ଚଳରୁ ଜୟପୁର,ନନ୍ଦପୁର, ବିଭିନ୍ନ ସ୍ଥାନକୁ ଗଂଜେଇ ପହଞ୍ଚାଉ ଥିଲା | ସେଠାରୁ ଅନ୍ୟ ଗାଡିରେ ଦେଶର ବିଭିନ୍ନ ସ୍ଥାନକୁ ଗଂଜେଇ ଚାଲାଣ କରାଯାଉଥିଲା ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର କହିଛନ୍ତି ।

Show More

Related Articles

Back to top button