Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେଲେ ଟ୍ରମ୍ପ

ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି।

ୱାସିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରଦାର । ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି। ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନରେ ଲଢିବେ। ରିପବ୍ଲିକାନ୍‌ ଦଳ ପକ୍ଷରୁ ଟ୍ରମ୍ପ୍‌ଙ୍କ ନାମ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଟ୍ରମ୍ପ୍‌ ଖୁସି ପ୍ରକାଶ କରିଛନ୍ତି। କରୋନା ମହାମାରୀ ଯୋଗୁଁ ଚଳିତ ନିର୍ବାଚନ ଆମେରିକା ଇତିହାସରେ ଏକ ଭିନ୍ନ ନିର୍ବାଚନ ହେବାକୁ ଯାଉଛି ବୋଲି ଟ୍ରମ୍ପ୍‌ କହିଛନ୍ତି।

Show More

Related Articles

Back to top button