Breaking PLUSଦେଶ ବିଦେଶମୁଖ୍ୟ ଖବର

କୋଠା ଭୁଶୁଡିବା ଘଟଣା; ସମବେଦନା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ରରେ କୋଠା ଭୁଶୁଡିବା ଘଟଣାକୁ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

ମୁମ୍ୱାଇ: ମହାରାଷ୍ଟ୍ରରେ କୋଠା ଭୁଶୁଡିବା ଘଟଣାକୁ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି । ଏହାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି, କୋଠା ଭୁଶୁଡିବା ଘଟଣାରେ ଜଣଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଆରୋଗ୍ୟ କାମନା କରୁଛି । ସେହିପରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମହାରାଷ୍ଟ୍ରରେ କୋଠା ଭୁଶୁଡିବା ଘଟଣାକୁ ନେଇ ମୁଁ ଦୁଃଖିତ । ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ସହ ମୁଁ ଅଛି। ଆହତମାନେ ଶୀଘ୍ର ସୁସ୍ଥ ହେବା ନେଇ ପାର୍ଥନା କରୁଛି । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଏନ୍‌ଡିଆର୍‌ଏଫ୍‌ ଦଳ ସମସ୍ତ ସାମ୍ଭବ୍ୟ ସହାୟତା ପ୍ରଦାନ କରିବାକୁ ଦୁର୍ଘଟଣାସ୍ଥଳରେ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ମହଦଠା‌ରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ିବା ଘଟଣାରେ ସଂପୃକ୍ତି ଥିବା ସ‌ନ୍ଦେହ କରି ପୁଲିସ୍‌ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

Show More

Related Articles

Back to top button