ସ୍ୱାସ୍ଥ୍ୟ

ଆପଣ ଜାଣନ୍ତି କି : ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ରହିଛି ଏହିସବୁ ପୋଷାକ ତତ୍ୱ ରକ୍ଷା କରିବ ସମସ୍ତ ରୋଗରୁ

ଆଜିକାଲିର ଖାଦ୍ୟ ଓ ପାନୀୟ ଶୈଳୀ ଦ୍ୱାରା ଆମ ଶରୀର ଅନେକ ମାତ୍ରାରେ ପୋଷାକ ହୀନତାର ଶିକାର ହେଉଛି l ଶରୀର ପାଇଁ ବିଭିନ୍ନ ଖାଦ୍ୟ ସହିତ ପୋଷକତତ୍ୱର ଖୁବ ଆବଶ୍ୟକତା ରହିଛି

ଆମେ ସମସ୍ତ ପୋଷକତତ୍ୱ ଓ ଭିଟାମିନ୍ସ କୁ ଆମ ନୀତିଦିନର ଖାଦ୍ୟ ପଦାର୍ଥ ରୁ ପାଇ ଥାଉ l ସେହି ବିଷୟରେ ପ୍ରାୟ ଆମେ ଜାଣି ନଥାଉ ,ଆଉ ସେହିସବୁ ଖାଦ୍ୟକୁ ନଖାଇ ଆମେ ବିଭିନ୍ନ ରୋଗର ଶିକାର ହେଉ lଆମ ଭିତରୁ ପ୍ରାୟ ଅଧିକାଂଶ ଲୋକ ଜାଣି ନଥାଆନ୍ତି ଯେ ଏହିସବୁ ପୋଷାକ ତତ୍ୱର କମି କାରଣରୁ ଆମ ଶରୀର କେଉଁ ସବୁ ରୋଗର ଶିକାର ହୁଏ l ଆସନ୍ତୁ ଆଜି ସେହି ବିଷୟରେ ଜାଣିବା l

* ଭିଟାମିନ “ଡି”- ଯଦି ଶରୀରରେ ଭିଟାମିନ ଡି କମ ରହିଥାଏ ତେବେ ହାଡ଼ ଦୁର୍ବଳ ହେବା ସହିତ ଏନିମିଆ ,କ୍ୟାନ୍ସର ଭଳି ରୋଗର ଶିକାର ହେବାକୁ ପଡିଥାଏ l ତେଣୁକରି ପ୍ରତେକଦିନ ସକାଳ ସମୟରେ ଅଧଘଣ୍ଟା ଖରାରେ ବସନ୍ତୁ l ତା ସହିତ ନିଜ ଭୋଜନରେ ଛତୁ ଓ ଅଙ୍କୁରିତ ଶସ୍ୟ ଖାଆନ୍ତୁ l

* ଭିଟାମିନ “ବି 12” – ଯଦି ଶରୀରରେ ଏହି ଭିଟାମିନ କମ ରହିଥାଏ ତେବେ ଏନିମିଆ ,କୋଷ୍ଠ କାଠିନ୍ୟ ,ମସ୍ତିସ୍କ ସମ୍ବନ୍ଧୀୟ ସମସ୍ୟା ,ଥକାପଣ ,ଚିଡ଼ ଚିଡ଼ା ଲାଗିବl ସମସ୍ୟା ଦେଖାଦିଏ l ଏହି ଭତାମିନ ପାଇଁ ଆପଣ ମକା ,ମାଛ ,ମାଂସ ,ଦୁଗ୍ଧ ,ଅଣ୍ଡା ଇତ୍ୟାଦି ସେବନ କରିବା ଆବଶ୍ୟକ l

* କ୍ୟାଲସିୟମ – ଶରୀରରେ କ୍ୟାଲସିୟମ କମିବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ,ଅର୍ଥାରଇଟିସ ,ହାଡ଼ ଭାଙ୍ଗିବା ଇତ୍ୟାଦି ରହିଛି l ଏହି ସମସ୍ୟାକୁ ଦୂର କରିବା ପାଇଁ ଦୁଗ୍ଧ ,ଦହି ,ପନିର ଓ ରସୁଣ ଖାଇବା ଆବଶ୍ୟକ l

* ଭିଟାମିନ “ସି”- ଶରୀର ପାଇଁ ଭିଟାମିନ ସି ଖୁବ ଜରୁରୀ ଅଟେ l ଏହା ଶରୀରରେ କମିଲେ ଇମ୍ୟୁନିଟି ଶରୀରରୁ କମିଯାଏ l ଆମେ ଅଧିକ ରୋଗର ଶିକାର ହୋଇଥାଉ l ସେଥିପାଇଁ ଖଟା ଫଳ ସହିତ ଅଁଳା ,ଏଲୋବେରା ଇତ୍ୟାଦି ଖାଇବା ଆବଶ୍ୟକ l

* ଜିଙ୍କ – ଜିଙ୍କ ଆପଣଙ୍କ ଇମ୍ୟୁନିଟି କୁ ବୁଷ୍ଟ କରିବା ସହିତ ରକ୍ତ ଶର୍କରା ସ୍ତରକୁ ସନ୍ତୁଳିତ ରଖିଥାଏ l ତା ସହିତ ତ୍ୱଚା ଓ କେଶ ପାଇଁ ହିତକର l ଜିଙ୍କ ସବୁଠୁ ଅଧିକ କଖାରୁ ମଞ୍ଜି ଓ ରସୁଣରେ ମିଳିଥାଏ l

* ପ୍ରୋଟିନ – ଶରୀରରେ ପ୍ରୋଟିନ କମିବା ଦ୍ୱାରା ରକ୍ତରେ ଶର୍କରା କମି ଯାଇଥାଏ l ଏହାସହିତ ବାରମ୍ବାର ଜ୍ୱର ଆସିଥାଏ ଓ ମଣିଷ କୁପୋଷଣର ଶିକାର ହୋଇଥାଏ l ସେଥିପାଇଁ ଡାଲି ,ସୋୟାବିନ ,ପନିର ଓ ଦହି ଇତ୍ୟାଦି ଖାଇବା ଆବଶ୍ୟକ l

* ଭିଟାମିନ “ଇ” – ଶରୀରରେ ଏହି ଭିଟାମିନ କମିବା ଦ୍ୱାରା ମାଂସ ପେଶୀ ଉପରେ ସବୁଠୁ ଅଧିକ ପ୍ରଭାବ ପକାଇ ଥାଏ l ଏହାକୁ ପୁରା କରିବା ପାଇଁ ପାଳଙ୍ଗ ,ବ୍ରକୋଲି ,ଅଲାମଣ୍ଡ ,ସୂର୍ଯ୍ୟମୁଖୀ ମଞ୍ଜି ଇତ୍ୟାଦି ଖାଇବା ଆବଶ୍ୟକ l

* ଭିଟାମିନ “କେ” – ଏହି ଭିଟାମିନ କ୍ଲଟିଙ୍ଗ ପାଇଁ ସାହାଯ୍ୟ କରିଥାଏ l ଏହା ଶରୀରରେ କମିବା ଦ୍ୱାରା ହାଡ଼ ମଧ୍ୟ ଦୁର୍ବଳ ହୋଇ ଯାଇଥାଏ l ସେଥିପାଇଁ ଅଣ୍ଡା ,ମାଂସ ,ମାଛ ,କୋବି ପାଳଙ୍ଗ ଇତ୍ୟାଦି ଖାଇବା ଆବଶ୍ୟକ l

Show More

Related Articles

Back to top button