ଦେଶସ୍ୱତନ୍ତ୍ର

ଦୀପାବଳିରେ ଟ୍ରେନ ଯାତ୍ରା କରୁଥିଲେ ସାଥୀରେ ନିଅନ୍ତୁ ନାହିଁ ଏହିସବୁ ଜିନିଷ,ନହେଲେ ହୋଇପାରେ ଜେଲଦଣ୍ଡ

ଦିନକ ପରେ ଦୀପାବଳି । ଏଥିପାଇଁ ସବୁଠି ଭିଡ ପରିଲକ୍ଷିତ ହେଉଛି । ତେବେ ବିଶେଷ କରି ଏହି ସମୟରେ ଅନେକ ଛୁଟି କଟାଇବାକୁ ଘରକୁ ଯାଇଥାନ୍ତି । କିନ୍ତୁ ଆପଣ ଯାଣନ୍ତି କି ରେଲୱେ ପକ୍ଷରୁ ଏପରି କିଛି ସାମଗ୍ରୀ ବ୍ୟାନ୍ କରାଯାଇଛି । ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ,ତାହାଲେ ଏହିସବୁ ଜିନିଷକୁ ନିଜ ସହିତ ନିଅନ୍ତୁ ନାହିଁ ।ଏହି ନିୟମକୁ ଉଲ୍ଲଙ୍ଘନ କଲେ  ୩ ବର୍ଷ ପର୍ଯ୍ୟନ୍ତ ମିଳିପାରେ ଜେଲଦଣ୍ଡ ବୋଲି ବେଷ୍ଟ ସେଣ୍ଟ୍ରାଲ ରେଲେୱ ପକ୍ଷରୁ ଟ୍ୱିଟ କରାଯାଇଛି ।

ଏହି ଟ୍ୱିଟରେ ଲେଖାଯାଇଛି ଯେ ଟ୍ରେନରେ ବାଣ ନେଇ ଯାଇପାରିବେ ନାହିଁ । ଏହାସହିତ ଟ୍ରେନରେ ଜ୍ୱଳନଶୀଳ ସାମଗ୍ରୀ କିମ୍ବା କୌଣସି ବିସ୍ପୋଟକ ଜିନିଷ ନେଇପାରିବେ ନାହିଁ । ଏମିତିରେ ଲୋକଙ୍କୁ ସଚେତନ କରିବା ପାଇଁ ରେଳ ବିଭାଗ ତରଫରୁ ଏକ ଟ୍ୱିଟ ଜାରି କରାଯାଇଛି । ତେଣୁ ଯାତ୍ରୀ ମାନେ ପେଟ୍ରୋଲ, ଡିଜେଲ, କିରୋସିନ, ବାଣ, ଗ୍ୟାସ ସିଲିଣ୍ଡର, ଗନ୍ ପାଉଡର ଭଳି କ୍ଷତିକାରକ ଜିନିଷ ଟ୍ରେନରେ ନେଇ ଯାତ୍ରା କରିପାରିବେ ନାହିଁ ।

ଏହାବ୍ୟତିତ ଆମେ ଆଗରୁ ଆପଣଙ୍କୁ କହିଛୁ ଯେ ଟ୍ରେନରେ ଆପଣ ଚୁଲ୍ଲା, ଗ୍ୟାସ ତଥା ଓଭନ ମଧ୍ୟ ନେଇପାରିବେ ନାହିଁ । ଏହାସହିତ ଟ୍ରେନରେ କୌଣସି ଡବ୍ଦାରେ କିମ୍ବା ଷ୍ଟେସନରେ ଆପଣ ସିଗାରେଟ ଜଳାଇପାରିବେ ନାହିଁ । ଟ୍ରେନରେ ଜ୍ୱଳନଶୀଳ ଓ ବିସ୍ପୋଟକ ସାମଗ୍ରୀ ନେଇପାରିବେ ନାର୍ହି । ଯଦି ଏମିତିରେ କେହି ବି ଧରାପଡ଼ନ୍ତି ତେବେ ରେଳ ବିଭାଗ ର ଆକ୍ଟ ୧୯୮୯ ଧାରା ୧୬୪ ଓ ୧ ୬୫ ଅନ୍ତର୍ଗତ ଦଣ୍ଡ ଭୋଗିବାକୁ ପଡ଼ିବ । ଏପରି ପରିସ୍ଥିତିରେ ହଜାର ଟଙ୍କାର ଜରିମାନା ସହିତ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଆପଣଙ୍କ ଭୋଗିପାରନ୍ତି ।

Show More

Related Articles

Back to top button