Breaking PLUSଦେଶମୁଖ୍ୟ ଖବର

ଏଥର ନୂଆଦିଲ୍ଲୀରେ ଫିକା ପଡ଼ିବ ଦୀୱାଲି

ଏଥର ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଫିକା ପଡ଼ିବ ଦୀପାବଳି । ଦିଲ୍ଲୀରେ ବାଣ କିଣାବିକା ଓ ଫୁଟାଇବା ଉପରେ ପୋଲିସ ଓ ସବଡିଭିଜିନାଲ ମାଜିଷ୍ଟ୍ରେଟ୍‌ (ଏସଡିଏମ)ଙ୍କ କଡା ନଜର ରହିବ । ବାୟୁ ପ୍ରଦୂଷଣକୁ ନଜରରେ ରଖି ୨୪ ଘଣ୍ଟିଆ ସତର୍କତା ଅବଲମ୍ବନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିବା ପରିବେଶ ମନ୍ତ୍ରୀ ଗୋପାଲ ରାୟ କହିଛନ୍ତି । ଦିଲ୍ଲୀ କେନ୍ଦ୍ର ସ୍ଥଳ ଅପେକ୍ଷା ସୀମାବର୍ତ୍ତି କ୍ଷେତ୍ରରେ ଲୋକେ ଧୁମଧାମରେ ଦୀପାବଳି ପାଳନ କରନ୍ତି । ଏଣୁ ସେହି ସବୁ କ୍ଷେତ୍ର ଉପରେ ଏଥର ବିଶେଷ ଦୃଷ୍ଟି ଦିଆଯିବ ବୋଲି ଶ୍ରୀଯୁକ୍ତ ରାୟ କହିଛନ୍ତି ।

ଏଣୁ ରାଜଧାନୀରେ ଏବେ ଆଣ୍ଟି କ୍ରାକର ଅଭିଯାନ ଚଳାଯାଇଥିବା ବେଳେ ଏପର୍ଯ୍ୟନ୍ତ ୧୨ ହଜାର ୯୫୭ କେଜି ବାଣ ଜବତ କରାଯିବା ସହ ୩୨ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି । ଏଣୁ ରାଜଧାନୀରେ ଏ ବର୍ଷ ବି ଲୋକେ ଦୀପ ଜାଳି ଦୀପାବଳି ପାଳନ କରନ୍ତୁ ବୋଲି ପରିବେଶମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି । ରାଷ୍ଟ୍ରୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ଏପରି ସ୍ତରରେ ପହଞ୍ଚିଛି ଯେ ଏଥିରେ ଦୀପାବଳୀ ଆତସବାଜୀ ଲୋକଙ୍କ ମୃତ୍ୟୁର କାରଣ ବି ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଏଣୁ ରାଜଧାନୀରେ କେଉଁଠି ବି କିଏ ବାଣ କିଣା,ବିକା କଲେ ଅଥବା ଆତସବାଜୀ କଲେ ଲୋକେ ପୋଲିସକୁ ୧୧୨ ନମ୍ବରରେ ଫୋନ କରି ସୂଚିତ କରିପାରିବେ ବୋଲି ରାୟ କହିଛନ୍ତି । ଦିଲ୍ଲୀ ସରକାର ରାଜଧାନୀରେ ‘ୟୁଦ୍ଧ, ପ୍ରଦୂଷଣ ବିରୋଧରେ’ ଅଭିଯାନ ହାତକୁ ନେଇଛନ୍ତି । ଯେଉଁଥିରେ ଆଣ୍ଟିଡଷ୍ଟ, ରେଡଲାଇଟ୍ ଅନ୍ କି ଅଫ ଅଭିଯାନ ମଧ୍ୟ ଚାଲିଥିବା ରାୟ କହିଛନ୍ତି । ଶ୍ରୀଯୁକ୍ତ ରାୟ କହିଛନ୍ତି ଯେ ଚଳିତବର୍ଷ ଦୀପାବଳୀ ଆମେ ଧୁମଧାମରେ ପାଳନ କରିବା, ପ୍ରଦୀପରୁ ଆଲୋକ ବିଛୁରିତ ହେବ, ବାଣରୁ ପ୍ରଦୂଷଣ ବ୍ୟାପିବ । ଏଣୁ ଦାୟିତ୍ୱବାନ ଭାବେ ଆମକୁ ଦୀପାବଳି ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି ।

Show More

Related Articles

Back to top button