Breaking PLUSଓଡ଼ିଶାଭକ୍ତିମୁଖ୍ୟ ଖବର

ଆସନ୍ତାକାଲି ଧବଳେଶ୍ୱର ପୀଠରେ ପୁଣି ୧୪୪ ଧାରା ଲାଗୁ

ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠରେ ପୁଣି ୧୪୪ ଧାରା ଲାଗୁ । ଦୀପାବଳିରେ ଭିଡ଼କୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଥିବା ଜଣାପଡ଼ିଛି । ଉପ-ଜିଲାପାଳ ହେମନ୍ତ କୁମାର ସ୍ୱାଇଁ ଏହି ସୂଚନା ଦେଇଛନ୍ତି । କୋଭିଡ୍‌ ନିୟମ ଅନୁଯାୟୀ, ଗୁରୁବାର ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ ୧୪୪ଧାରା ଜାରି କରାଯାଇଛି । ଯାହାଫଳରେ ଦୀପାବଳିରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ସାଧାରଣ ଲୋକେ ବଞ୍ଚିତ ହେବେ । କିନ୍ତୁ ବାବାଙ୍କ ନୀତିକାନ୍ତି ସୂଚାରୁ ରୂପେ ପାଳନ କରାଯିବ ।

Show More

Related Articles

Back to top button