Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଓଡ଼ିଶା ଗସ୍ତରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ

ଆଜି ରାଜ୍ୟସଭା ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଦିଗ୍‌ବିଜୟ ସିଂହ ଓଡିଶା ଗସ୍ତରେ ଆସିବେ । ପିିସିସି ସଭାପତି ନିରଂଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

ଆଜି ରାଜ୍ୟସଭା ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଦିଗ୍‌ବିଜୟ ସିଂହ ଓଡିଶା ଗସ୍ତରେ ଆସିବେ । ପିିସିସି ସଭାପତି ନିରଂଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ସଂସଦରେ ଅଗଣତାନ୍ତ୍ରିକ ଉପାୟରେ କେନ୍ଦ୍ର ସରକାର ପାରିତ କରିଥିବା ତିନୋଟି କୃଷି ବିଧେୟକକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ସାରା ଭାରତରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବି । ତଦନୁଯାୟୀ ଓଡିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତ ଜିଲ୍ଲା ନେତୃବୃନ୍ଦଙ୍କୁ ସୂଚାରୁ ରୂପେ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ନିବେଦନ କରିଛନ୍ତି । ସେପ୍ଟେମ୍ବର ୨୫ ତାରିଖ ଦିନ ଅଖିଳ ଭାରତ କୃଷକ ସଂଗଠନର ଡାକରାକୁ କଂଗ୍ରେସ ସମର୍ଥନ କରିବ ଏବଂ ଆନ୍ଦୋଳନରେ ଭାଗ ନେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେହିପରି ୨୬ ତାରିଖ ଦିନ ସାମାଜିକ ଗଣମାଧ୍ୟମ ଜରିଆରେ କୃଷକମାନଙ୍କ ପାଇଁ ଏକ “ସ୍ପିକ୍ ଅପ୍ ଫର୍ ଫାର୍ମରସ୍‌” ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହେବ । ଯେଉଁଥିରେ କୃଷକମାନେ ନିଜର ମତପୋଷଣ କରିବା ସହ କଂଗ୍ରେସ ନେତୃବୃନ୍ଦ ଏଥିରେ ବହୁଳ ପରିମାଣରେ ଅଂଶଗ୍ରହଣ କରିବେ । ୨୮ ତାରିଖ ଦିନ ଓପିସିସିର ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓଡିଶାର ରାଜ୍ୟପାଳଙ୍କ ସହ ଆଲୋଚନା କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ପିସିସି ପକ୍ଷରୁ କିଷାନ ମଜଦୁର ବଂଚାଓ ଦିବସ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ବିଧାନସଭା କ୍ଷେତ୍ରରେ ପାଳନ କରାଯିବ । ୧୦ ତାରିଖ ଦିନ ଓଡିଶାର ଯେ କୌଣସି ଗୋଟିଏ ସ୍ଥାନରେ ରାଜ୍ୟସ୍ତରୀୟ କୃଷକ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଏବଂ କୃଷକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୨ ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବୁଥ୍‌, ଗ୍ରାମପଂଚାୟତ ଠାରୁ ଆରମ୍ଭ କରି ଏନଏସି, ମ୍ୟୁନିସିପାଲଟି, ମହାନଗର ନିଗମ ଓ ସର୍ବୋପରି ଜିଲ୍ଲାସ୍ତରରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ହେବ ବୋଲି ନିର୍ଦ୍ଦେଶ ଅଛି ।

Show More

Related Articles

Back to top button