ଜୀବନଚର୍ଯ୍ୟାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଆପଣ ଜାଣନ୍ତି କି, ଏହି ରୋଗ ପାଇଁ ଲାଭପ୍ରଦ ହୋଇଥାଏ ଜିଲାପି

ଅନେକ ପ୍ରକାର ମିଠା ଜାତୀୟ ଖାଦ୍ୟ ମଧ୍ୟରେ ଜିଲାପି ଅନ୍ୟତମ । ଏହାକୁ ଖାଇବାକୁ ଅନେକ ପସନ୍ଦ କରିଥାନ୍ତି । ଏହା ପାଟିକୁ ସୁସ୍ୱାଦୁକର ମଧ୍ୟ ଲାଗିଥାଏ । ତେବେ ଏହି ଜିଲାପିର ଉପର ଅଂଶ କ୍ରିପ୍ସି ହୋଇଥିଲାବେଳେ ଭିତର ଭାଗ ଜୁସି ପରି ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏହାକୁ ଖାଇଲେ ଅନେକ ପ୍ରକାର ଶାରୀରିକ ସମସ୍ୟାରୁ ମୁକ୍ତି ମିଳିଥାଏ ।

ତେବେ ଆସନ୍ତୁ ଜାଣିବା କେଉଁ ରୋଗ ପାଇଁ ଏହା ଲାଭପ୍ରଦ ହୋଇଥାଏ….

  • ମାଇଗ୍ରେନ ସମସ୍ୟା -ମାଇଗ୍ରେନ ରୋଗୀଙ୍କ ପାଇଁ ଏହା ବହୁ ଉପଯୋଗୀ ହୋଇଥାଏ । ମାଇଗ୍ରେନ ଅର୍ଥାତ ମୁଣ୍ଡ ବିନ୍ଧା ରୋଗୀ ମାନେ ଦୁଗ୍ଧ, ଜିଲାପି ଖାଇବା ସେମାନଙ୍କ ପାଇଁ ଫାଇଦା ହୋଇଥାଏ ।
  • ମଧୁମେହ-ପ୍ରାୟତଃ ଲୋକେ ସୁଗାର କାରଣରୁ ଜିଲାପିକୁ ଖାଇ ନଥାନ୍ତି । ହେଲେ ଏଥିରେ ସୁଗାର ସହ ଜଡ଼ିତ କୌଣସି ସମସ୍ୟା ନାହିଁ । ଯଦି ଆପଣ ପତଳା ଅଛନ୍ତି ଏବଂ ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ ଜିଲାପି ଖାଆନ୍ତୁ ଏହା ଆପଣଙ୍କ ଓଜନ ବଢାଇବାରେ ସାହାଯ୍ୟ କରିବ । କାରଣ ଜିଲାପିରେ ବହୁ ମାତ୍ରାରେ କ୍ୟାଲୋରୀ ରହିଛି ।
  • ମାନସିକ ଚିନ୍ତା-ଯେଉଁ ମାନଙ୍କୁ ଖାଇବା ପିଇବା ବହୁ ପସନ୍ଦ ତେବେ ସେମାନେ ହିଁ କହିପାରିବେ ଜିଲାପି ଖାଇଲେ କେତେ ମାତ୍ରାରେ ଷ୍ଟ୍ରେସ ଦୁର ହୋଇଥାଏ । ଆପଣ ଯେତେବେଳେ ଷ୍ଟ୍ରେସ ରହୁଛନ୍ତି ସେତେବେଳେ ଜିଲାପି ଆଣି ଖାଆନ୍ତୁ ଏହା ଆପଣଙ୍କ ଷ୍ଟ୍ରେସ କମାଇଦେବ ।
  •  ଥଣ୍ଡା ଓ କାଶ-ଶୀତଦିନେ ପ୍ରାୟତଃ ଥଣ୍ଡା ଜ୍ୱର ହୋଇଥାଏ । ଯଦି ଏହି ଥଣ୍ଡା ପାଗରେ ଗରମ ଗରମ ଜିଲାପି ଆଣି ଖାଇବେ ତେବେ ଏଥିରେ ଥଣ୍ଡା କାଶରୁ ମୁକ୍ତି ପାଇ ପାରିବେ ।
  • ଶ୍ୱାସ ସମସ୍ୟା– ଯଦି ଶ୍ୱାସ କ୍ରିୟା ବାଧାପ୍ରାପ୍ତ ହେଉଛି ତେବେ ଗରମ କ୍ଷୀର ସହ ଜିଲାପିକୁ ଭିଜାଇ ଖାଆନ୍ତୁ । ଏହା ବହୁ ଫାଇଦା ଦେଇଥାଏ ଶ୍ୱାସ ରୋଗୀଙ୍କ ପାଇଁ ।
  • ଜଣ୍ଡିସ – କଥାରେ ଅଛି ଜଣ୍ଡିସ ପାଇଁ ଜିଲାପି ଅନେକ ଗୁଣମତ । ଜିଲାପି ଦ୍ୱାରା ଜଣ୍ଡିସର ସମସ୍ୟାକୁ କିଛି ମାତ୍ରାରେ କମ କରାଯାଇ ପାରିବ ।
Show More

Related Articles

Back to top button