ଦେଶସ୍ୱତନ୍ତ୍ର

ଭାରତୀୟ ସେନାର ନୂଆ ଉପାୟ,ଏଣିକି ସୀମାରେ ଶତ୍ରୁଙ୍କ ଡ୍ରୋନ ଜଗିବ ଚିଲ

ଶତ୍ରୁଙ୍କୁ ରୋକିବା ସହ ନିଜର ସୁରକ୍ଷା ପାଇଁ ଭାରତୀୟ ସେନାର ନୂଆ ଉପାୟ । ଏଣିକି ସୀମାରେ ଶତ୍ରୁଙ୍କ ଡ୍ରୋନ ଜଗିବ ଚିଲ । ଶତ୍ରୁଙ୍କ ଡ୍ରୋନ ମୁକାବିଲା କରିବା ପାଇଁ ଭାରତୀୟ ସେନା ପକ୍ଷରୁ ଏହି ଚିଲମାନଙ୍କୁ ତାଲିମ ଦିଆଯାଉଛି । ଆଜି ଉତ୍ତରାଖଣ୍ଡ ଔଲିରେ ଚାଲିଥିବା ଭାରତୀ. ସେନା ଓ ଆମେରିକା ସେନାର ମିଳିତ ଯୁଦ୍ଧ ଅଭ୍ୟାସରେ ଏନେଇ ପ୍ରଦର୍ଶନ କରାଯାଇଛି ।

ଶତ୍ରୁର ସମସ୍ତ ଯୋଜନାକୁ ବିଫଳ କରିବା ପାଇଁ ଭାରତୀୟ ସେନା ଏହି ନୂଆ ଯୋଜନା କରିଛି । ଏହି ଯୋଜନା ଅନୁସାରେ ଶତ୍ରୁ ପକ୍ଷର କୌଣସି ଗୁଇନ୍ଦା ଡ୍ରୋନ୍ କୁ ରୋକିବା ପାଇଁ ବର୍ତ୍ତମାନ ସେନା ନୁହେଁ ବରଂ ଚିଲ ମାଡି ବସିବ । ଏନେଇ ଚିଲକୁ ପ୍ରଶିକ୍ଷଣ ଦିଆଯାଉଥିବାବେଳେ ଭାରତୀୟ ସୀମାକୁ କୌଣସି ଡ୍ରୋନ ପଶିଲେ ଏହି ଚିଲ ତାକୁ ଆକ୍ରମଣ କରିବ । ଏଥିସହିତ ଶତ୍ରୁ ଡ୍ରୋନକୁ ସୀମା ପୂର୍ବରୁ ହିଁ ତଳକୁ ଖସାଇଦେବ । ତେବେ ପ୍ରଥମ ଥର ପାଇଁ ଭାରତୀୟ ସେନା ଏହିଭଳି ଉପାୟ ଆପଣାଇବାକୁ ଯାଉଛି ।

Show More

Related Articles

Back to top button